13.1 C
Bhubaneswar
Sunday, December 7, 2025
Homeଓଡିଶାବଞ୍ଜାରୀ ଦେବୀ ମନ୍ଦିରରୁ ନୂଆପଡ଼ାରେ ପ୍ରଚାର ଅଭିଯାନ ଆରମ୍ଭ କଲା ବିଜୁ ଜନତା ଦଳ

ବଞ୍ଜାରୀ ଦେବୀ ମନ୍ଦିରରୁ ନୂଆପଡ଼ାରେ ପ୍ରଚାର ଅଭିଯାନ ଆରମ୍ଭ କଲା ବିଜୁ ଜନତା ଦଳ

ନୂଆପଡା: ବିଜୁ ଜନତା ଦଳ ଗୁରୁବାର ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛି । ମା’ ବଞ୍ଜାରୀ ଦେବୀ ମନ୍ଦିରରେ ବିଜେଡିର ବରିଷ୍ଠ ନେତାମାନେ ନୂଆପଡ଼ା ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିପୁଳ ବିଜୟ ତଥା ନୂଆପଡ଼ାର ଶାନ୍ତି, ଉନ୍ନତି ଓ ସମୃଦ୍ଧି ପାଇଁ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।ଦଳର ବରିଷ୍ଠ ନେତା ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଦଳର ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ତଥା ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଯୋଗ ଦେଇ ବଡ଼ ବ୍ୟବଧାନରେ ବିଜେଡିର ବିଜୟ ପାଇଁ ଆହ୍ୱାନ ଜଣାଇଥିଲେ ।

ବିପୁଳ ଜନସମାଗମକୁ ସମ୍ୱୋଧିତ କରି ଶ୍ରୀମତୀ ଛୁରିଆ କହିଥିଲେ ଯେ ନୂଆପଡ଼ାର ସାମଗ୍ରୀକ ବିକାଶ ପାଇଁ ଆଜିଠାରୁ ତାଙ୍କର ଅଭିଯାନ ଆରମ୍ଭ ହେଲା । ସେ କହିଥିଲେ ଯେ, “ବିଜୁ ଜନତା ଦଳ ସଦା ସେବା ଓ ଲୋକକଲ୍ୟାଣ ପାଇଁ କାମ କରୁଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଆମର ସ୍ୱାର୍ଥ ବିହୀନ ସେବା ଓ ଜନକଲ୍ୟାଣ ଧାରା ଜାରି ରହିଛି । ବିଜୁ ପଟ୍ଟନାୟକଙ୍କ ଶାସନକାଳରେ ନୂଆପଡ଼ା ଏକ ଜିଲ୍ଲାର ମାନ୍ୟତା ପାଇଥିଲା । ତାଙ୍କର ଦୂରଦୃଷ୍ଟି ଓ ନେତୃତ୍ୱକୁ ଆଜି ମଧ୍ୟ ନୂଆପଡ଼ାବାସୀ ସମ୍ମାନର ସହ ସ୍ମରଣ କରି ଆସୁଛନ୍ତି ।ସଭାରେ ବକ୍ତବ୍ୟ ରଖି ଦଳର ନେତୃବୃନ୍ଦ ବିଜେପି ନେତୃତ୍ୱର “ଡବଲ୍ ଇଞ୍ଜିନ୍ ସରକାର” ଉପରେ ତୀବ୍ର ଆକ୍ରମଣ କରି କହିଥିଲେ ଯେ ଗତ ୧୬ ମାସ ଧରି ଏହି ସରକାର ନୂଆପଡ଼ାରେ “ଡବଲ୍ ଧ୍ୱଂସ” ଲୀଳା ଚଳାଇଛି । ବିଜେପି ସରକାର ଜନସାଧାରଣଙ୍କ ଆକାଂକ୍ଷା ପୂରଣରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଜିଲ୍ଲାବାସୀଙ୍କ ଆଶା ଓ ଆକାଂକ୍ଷା ପ୍ରତି ବିଜେପି ସରକାର କୁଠାରଘାତ କରିବା ସହିତ ମୌଳିକ ଭିତ୍ତିଭୂମି, ଜନକଲ୍ୟାଣ କାର୍ଯ୍ୟକ୍ରମ ଏବଂ ବିକାଶମୂଳକ ଯୋଜନାକୁ ଅଟକାଇଛି । ଜିଲ୍ଲାବାସୀଙ୍କ ଜୀବନଜୀବିକା ଘୋର ବିପଦରେ ପଡ଼ିଛି । ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଶ୍ରୀ ଅବନୀ ରଞ୍ଜନ ଜୋଷୀ (ଜିଲ୍ଲା ସଭାପତି, ବିଜେଡି ନୂଆପଡା), ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀ, ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ଶ୍ରୀ ମନୋଜ ମିଶ୍ର (ସାଧାରଣ ସମ୍ପାଦକ) ଓ ବରିଷ୍ଠ ନେତା ଶ୍ରୀ ଭାନୁ ପ୍ରତାପ ସିଂହ ମାଝୀ ପ୍ରମୁଖ ଉଦ୍ବୋଧନ ଦେଇ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବା ଲାଗି ଆହ୍ୱାନ ଜଣାଇଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ନୂଆପଡ଼ାର ଲୋକମାନେ ବିଜେପି ସରକାରର ଅପାରଗତା ଓ ସମ୍ୱେଦନହୀନତାର ଫଳ ଭୋଗୁଛନ୍ତି । ବରିଷ୍ଠ ବିଜେଡି ନେତା ଶ୍ରୀ ରମେଶ ମାଝୀ, ଶ୍ରୀ ମନୋହର ରନ୍ଧାରୀ, ଶ୍ରୀ ରମେଶ ବେହେରା, ଶ୍ରୀ ବିଜୟ ନାୟକ, ଶ୍ରୀମତୀ ସରସ୍ୱତୀ ବାଗ ଓ ଶ୍ରୀମତୀ ସେଫାନଲି ଶର୍ମା ଉପସ୍ଥିତ ରହି ଶ୍ରୀମତୀ ଛୁରିଆଙ୍କ ବିଜୟ ନେଇ ବିଶ୍ୱାସବ୍ୟକ୍ତ କରିଥିଲେ ।

ଏହା ପୂର୍ବରୁ ନୂଆପଡ଼ାର ତନୁଆଟ ସ୍ଥିତ ଆଦିବାସୀ ସମାଜ ଭବନରେ ଏକ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଠାରେ ଅନେକ ଆଦିବାସୀ ନେତା ଓ ସମୁଦାୟ ନିବାସୀ ଉପସ୍ଥିତ ଥିଲେ । ଏହି ଅବସରରେ ବିଜେପି ଓ କଂଗ୍ରେସ ଦଳର ଅନେକ ନେତା ଏବଂ କର୍ମୀମାନେ ବିଜୁ ଜନତା ଦଳରେ ଯୋଗଦେଇ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିଥିଲେ ।ସଭାରେ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, “ଶ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଆଦିବାସୀ ଲୋକମାନଙ୍କର ଉନ୍ନତି ତଥା କଲ୍ୟାଣ ପାଇଁ ବହୁ ପଦକ୍ଷେପ ନିଆଯାଇଥିଲା । ଆଦିବାସୀ ସମୁଦାୟର ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ସାମାଜିକ ନ୍ୟାୟକୁ ନବୀନ ପଟ୍ଟନାୟକ ସର୍ବାଧିକ ଗୁରୁତ୍ୱ ଦେଇ ଆସିଛନ୍ତି । ଏହି ଆଦିବାସୀ ସଭାରେ ଉଦ୍ବୋଧନ ଦେଇ ଶ୍ରୀମତୀ ଛୁରିଆ କହିଥିଲେ ଯେ ବର୍ତ୍ତମାନର ବିଜେପି ଶାସନକାଳରେ ଆଦିବାସୀ ମାନଙ୍କର ଅଧୋଗତି ଘଟିଛି । ଆଦିବାସୀମାନେ ଆଜି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଆଦିବାସୀ ହଷ୍ଟେଲରେ ଛାତ୍ରୀମାନେ ଗର୍ଭବତୀ ହେଉଥିବା ବେଳେ ନିର୍ଯାତନା, ବଳାକ୍ରାର-ସମ୍ପର୍କିତ ଘଟଣା ବୃଦ୍ଧି ପାଇବାରେ ଲାଗିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ ।

ଆଗାମୀ ଦିନରେ ମଧ୍ୟ ଆଦିବାସୀ ମାନଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପାଇଁ ବିଜେଡି ନିଜର ସଂଘର୍ଷ ଜାରି ରଖିବ । ଏହି ଅବସରରେ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ପ୍ରତାପ ଜେନା, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀ ନିରଞ୍ଜନ ବିଶି, ଶ୍ରୀ ମନୋହର ରନ୍ଧାରୀ, ଶ୍ରୀ ରମେଶ ମାଝୀ, ଶ୍ରୀ ରମେଶ ବେହେରା, ଶ୍ରୀ ଭାନୁ ପ୍ରତାପ ସିଂହ ମାଝୀ, ଶ୍ରୀ ବିହାରୀଲାଲ ବିଶ୍ୱାଳ, ଶ୍ରୀ ହରପ୍ରସାଦ ମାଝୀ, ଶ୍ରୀ ତେଜରାଜ ଶବର, ଶ୍ରୀ ଲିଲେଶ୍ୱର ମାଝୀ, ଶ୍ରୀ ପର୍ଶୁରାମ ମାଝୀ, ଶ୍ରୀ କପୁରଚନ୍ଦ ମାଝୀ, ଶ୍ରୀ ମାନିକ ମାଝୀ, ଶ୍ରୀ ହୀରାଲାଲ ମାଝୀ, ଶ୍ରୀ ଚଗନ ମାଝୀ ଓ ଶ୍ରୀ ତୀରଥ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।ବିଜୁ ଜନତା ଦଳ ନୂଆପଡ଼ାର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜର ଦୃଢ଼ ସଂକଳ୍ପକୁ ଦୋହରାଇ ଜିଲ୍ଲାର ଭବିଷ୍ୟତ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଗତିଶୀଳ ଶାସନ ଓ ଲୋକକଲ୍ୟାଣମୁଖୀ ଦୃଷ୍ଟିକୋଣରେ ଅନ୍ତର୍ନିହିତ ଅଛି ବୋଲି କହିଥିଲା । ଦଳ ନୂଆପଡ଼ାର ପ୍ରତ୍ୟେକ ବର୍ଗର ଲୋକଙ୍କ ଶାନ୍ତି, ସମୃଦ୍ଧି ଓ ବିକାଶ ପାଇଁ ଏକତାର ସହ ବିଜୁ ଜନତା ଦଳ ପଛରେ ଛିଡ଼ା ହେବା ଲାଗି ନେତୃବୃନ୍ଦ ଆହ୍ୱାନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking