ଭୁବନେଶ୍ୱର: ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ଏନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏବେବି ରାଜ୍ୟର ୧୫ ଲକ୍ଷ ୬୭ ହଜାର ଇ-କେୱାଇସି କରିନାହାନ୍ତି । ଇ-କେୱାଇସି କରିନଥିବା ଲୋକ ଚାଉଳ ପାଉଛନ୍ତି, ତାକୁ ବନ୍ଦ କରିଦିଆଯିବ । ଯେଉଁମାନେ ଇ-କେୱାଇସି କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବ ନାହିଁ । କେନ୍ଦ୍ର ସରକାରଇ- କେୱାଇସି ବନ୍ଦ କରିଛନ୍ତି, ସମୟ ବଢେଇଲେ ଆମେ ବଢେଇବୁ । ବାଦ ପଡିଥିବା ହିତାଧିକାରୀ ଲିଖିତ ଭାବେ ଦେଲେ ବିଚାର କରାଯିବ ।










