ଭୁବନେଶ୍ୱର: ବିଜେପି ଓ ବିଜେଡି ବଡ ବେପାରୀ ଦଳ, ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପାର୍ଥୀ ଆଦିବାସୀ, ସେଠି ଆଦିବାସୀଙ୍କୁ ଗୁରୁତ୍ୱ ଦିଆଯାଇଛି । ଆଦିବାସୀମାନେ ବିକ୍ରି ହୋଇଥିବା ଲୋକଙ୍କୁ ଘୃଣା କରନ୍ତୁ । ତେଣୁ ଅନୁକମ୍ପା ଆଉ କାମ ଦେବନି ବୋଲି କହିଲେ ବିଧାୟକ ତାରା ବାହିନୀପତି । ଏଆଇସିସିର ଦାୟିତ୍ୱ ଯେଉଁମାନେ ଅଛନ୍ତି ସେମାନେ ପ୍ରଚାର କରିବେ । ନବୀନ ପଟ୍ଟନାୟକଙ୍କ ସହ ଲୋକ ଆଉ ନାହାନ୍ତି କହିଛନ୍ତି ତାରା । ଲୋକ ନବୀନଙ୍କ ସହ ଥିଲେ ତାଙ୍କ ପ୍ରାର୍ଥୀ ବିଜେପିକୁ ଯାଇ ନଥାନ୍ତେ । ବିଜେଡିକୁ ପ୍ରାର୍ଥୀ ମିଳୁନାହିଁ, ବାହାର ଦଳର ଆମଦାନୀ କରିବାକୁ ବସିଲେଣି ।










