ଭୁବନେଶ୍ୱର: ପଶ୍ଚିମବଙ୍ଗର ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନର ଏକ ଟିମ୍ । ଏନେଇ ରଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତି ସୂଚନା ଦେଇଛନ୍ତି । ସୂଚନା ଦେଇ କହିଛନ୍ତି ଯେ ଓଡିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣା ଅଥ୍ୟନ୍ତ ବର୍ବରକାଣ୍ଡ । ମୋ ତରଫରୁ ଯାହା କିଛି ହୋଇପାରିବ, ମୁଁ ନିଶ୍ଚୟ କରିବି । ପୀଡିତାଙ୍କ ପରିବାର ସହ ମୁଁ ଯୋଗାଯୋଗରେ ରହିଛି । ଆଇନର ଉର୍ଦ୍ଧ୍ୱରେ କେହି ନୁହଁନ୍ତି, ନିଶ୍ଚୟ ଦଣ୍ଡ ମିଳିବ । ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ଢିଲା ଅଛି । ପଶ୍ଚିମବଙ୍ଗ ମହିଳା କମିସନଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରୁଛି । ସେ ଫୋନ୍ ଉଠାଉ ନାହାଁନ୍ତି, ତାଙ୍କୁ ମେଲ୍ କରାଯାଇଛି । ବାଲେଶ୍ୱର ଏଡିଏମଙ୍କ ନେତୃତ୍ୱରେ ଏକ ଟିମ୍ ଦୁର୍ଗାପୁର ଯାଇଛି ।










