ଭୁବନେଶ୍ୱର: ଆଜି ବସିବ ରାଜ୍ୟ ବିଜେପିର କୋର୍ କମିଟି ବୈଠକ । ରାଜ୍ୟ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ କୋର୍ କମିଟି ସଦସ୍ୟ । ନୂଆପଡା ଉପନିର୍ବାଚନ ନେଇ ହୋଇପାରେ ଆଲୋଚନା । ନୂଆପଡା ପାଇଁ ପ୍ରାର୍ଥୀଙ୍କ ନାଁ ପଠାଇପାରେ ରାଜ୍ୟ ବିଜେପି । ଏହା ପରେ ବିଜେପି ପାର୍ଲାମେଣ୍ଟାରୀ ବୋର୍ଡର ବାଜିବ ମୋହର । ଦିଲ୍ଲୀକୁ ପ୍ରାର୍ଥୀଙ୍କ ନାଁ ପଠାଇବ ରାଜ୍ୟ ବିଜେପି । ପ୍ରାର୍ଥୀ ରେସ୍ରେ ୪ ଜଣ ଥିବା ଚର୍ଚ୍ଚା ହେଉଛି । କାହା ନାଁ ଦିଲ୍ଲୀକୁ ପଠାଯିବ ତାହା ଉପରେ ନଜର ରହିବ ।








