ସୁନ୍ଦରଗଡ: ସ୍ୱାମୀର କାଠ ଫାଳିଆ ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଛି । ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଡେଙ୍ଗୁଳା ପୋଷ୍ଟ ଅଫିସ ସାହିରେ ହତ୍ୟା କାଣ୍ଡ ଘଟିଛି । ଘରୋଇ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟିପିଟି ମାରିଲା ସ୍ୱାମୀ ।ଏନେଇ ପରିବାର ଲୋକେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଘଟମାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।










