ଭୁବନେଶ୍ୱର: ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା । ୭ ଜିଲ୍ଲାକୁ ରେଡ ଓ ୧୬ ଜିଲ୍ଲାକୁ ଅରେଞ୍ଜ ୱାଣ୍ଣିଂ । ଭୀଷଣ ବର୍ଷା ନେଇ ପୁରୀ, ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, କଳାହାଣ୍ଡି, କନ୍ଧମାଳକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବିଜୁଳି ଘଡଘଡି ସହ ବର୍ଷାକୁ ନେଇ ମୟୁରଭଞ୍ଜ, ବାଲେଶ୍ୱର , ଭଦ୍ରକ, କେନ୍ଦ୍ରାପଡା,ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା , ନୟାଗଡ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର,ବଲାଙ୍ଗୀର ନବରଙ୍ଗପୁର, ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିବ । ବାଲେଶ୍ୱର ବାହାନଗାରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଏହାର ପ୍ରଭାବରେ ଟୁଇନ ସିଟିରେ ଲାଗି ରହିଛି ବର୍ଷା ।









