30.1 C
Bhubaneswar
Sunday, February 8, 2026
Homeଓଡିଶାପୁଲିସ ଭ୍ୟାନ୍‌ରେ ଡାକ୍ତରଖାନାକୁ ଗଲେ ଗର୍ଭବତୀ ମହିଳା

ପୁଲିସ ଭ୍ୟାନ୍‌ରେ ଡାକ୍ତରଖାନାକୁ ଗଲେ ଗର୍ଭବତୀ ମହିଳା

ବାଲେଶ୍ୱର: ୧୦୮ ଆମ୍ବୁଲାନ୍ସ କିମ୍ବା କାର ନ ମିଳିବାରୁ ଗର୍ଭବତୀ ମହିଳାଙ୍କୁ ପୁଲିସ ନିଜ ଭ୍ୟାନରେ ନେଇ ପହଞ୍ଚାଇଲା ଡାକ୍ତରଖାନାରେ। ଏଭଳି ଘଟଣା ଦେଖିବା ପାଇଁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦା ଅଞ୍ଚଳରେ।ସୂଚନା ଅନୁଯାୟୀ, ଆଜି ସକାଳେ କମର୍ଦା ପୁଲିସ ପେଟ୍ରୋଲ ପକାଇବା ପାଇଁ ଜଳେଶ୍ୱର ଯାଉଥିବା ବେଳେ ରାସ୍ତାକଡ଼ରେ ଜଣେ ମହିଳା ଓ ଜଣେ ପୁରୁଷ କାନ୍ଦୁଥିବାର ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଗାଡ଼ି ଅଟକାଇ କାରଣ ବୁଝିଥିଲେ। ଘରେ ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ କଷ୍ଟ ପାଉଥିଲା ବେଳେ ୧୦୮ କିମ୍ବା କାର୍ ମିଳି ପାରି ନଥିଲା, ଯେଉଁଥିପାଇଁ ରାସ୍ତାକୁ ଆସି କୌଣସି ଗାଡ଼ି ପାଇଁ ଅପେକ୍ଷା କରିଥିଲେ। ଘଟଣା ବୁଝିବା ପରେ ସଙ୍ଗେ ସଙ୍ଗେ ନିଜ ଭ୍ୟାନକୁ ନେଇ ଗର୍ଭବତୀ ମହିଳାଙ୍କୁ ଧରି ସ୍ଥାନୀୟ କମର୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ। ପ୍ରସୂତି ମହିଳା ଜଣକ କମର୍ଦା ଥାନା ବଡ଼ମନ୍ଦା ରୁଣୀ ଗ୍ରାମର ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking