ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ସୁରକ୍ଷା କର୍ମୀଙ୍କ ଧାରଣା । ସିକ୍ୟୁରିଟି ଗାର୍ଡଙ୍କୁ ମାଡମରା ଘଟଣାରେ ପ୍ରତିବାଦ କରିଛନ୍ତି । ଗତକାଲି ଶିଶୁ ମୃତ୍ୟୁକୁ ନେଇ ଅଟୋ ଚାଳକଙ୍କ ଆନ୍ଦୋଳନ ବେଳେ ଆକ୍ରମଣ କରିଥିବା ଅଟୋ ଚାଳକଙ୍କ ଗିରଫ ଦାବି କରିଛନ୍ତି ସୁରକ୍ଷାକର୍ମୀ । ୟୁନିଫର୍ମ ପିନ୍ଧିଲେ ଭୟ ଲାଗୁଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ସୁରକ୍ଷାକର୍ମୀ । ଗତକାଲି ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ମୃତ ଶିଶୁଙ୍କ ପରିବାର ଲୋକେ ଆନ୍ଦୋଳନ କରିଥିଲେ । ମୃତ ଶିଶୁଙ୍କ ବାପା ଅଟୋ ଡ୍ରାଇଭର ହୋଇଥିବାରୁ ଅନ୍ୟ ଅଟୋ ଡ୍ରାଇଭରମାନେ ବି ଆନ୍ଦୋଳନ କରିଥିଲେ । ଅଟୋ ଚାଳକଙ୍କ ଆନ୍ଦୋଳନ ବେଳେ ଆକ୍ରମଣ କରିଥିବା ଅଟୋ ଚାଳକଙ୍କ ଗିରଫ ଦାବି କରିଛନ୍ତି ସୁରକ୍ଷାକର୍ମୀ ।










