36.3 C
Bhubaneswar
Wednesday, April 15, 2026
Homeଓଡିଶାବ୍ୟାରିକେଡ ଭାଙ୍ଗିଲା ବିଜେଡି: ପୋଲିସର ପାଣିମାଡ

ବ୍ୟାରିକେଡ ଭାଙ୍ଗିଲା ବିଜେଡି: ପୋଲିସର ପାଣିମାଡ

ଭୁବନେଶ୍ୱର: ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି ଆଜି ଲୋୟର ପିଏମଜିରେ ପ୍ରତିବାଦ କରିଛି । ପିଏମଜିରେ ୨୮ ପ୍ଲାଟୁନ ଫୋର୍ସକୁ ମୁତୟନ କରାଯାଇଛି । ପ୍ରତିବାଦରେ ଶହ ଶହ ବିଜେଡି କର୍ମୀ ସାମିଲ ହୋଇଛନ୍ତି ।  ବିଧାନସଭା ସମ୍ମୁଖରେ ବିଜେଡି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି । ବିକ୍ଷୋଭରେ ବରିଷ୍ଠ ନେତାଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ସାମିଲ ଅଛନ୍ତି । ଗାନ୍ଧି ମାର୍ଗରେ ୨ଟି ବ୍ୟାରିକେଡ ଭାଙ୍ଗିଲେ ବିଜେଡି କର୍ମୀ । ଏନେଇ ଗାନ୍ଧି ମାର୍ଗରେ ଖଣ୍ଡଯୁଦ୍ଧ ସ୍ଥିତି ଦେଖାଦେଇଛି । ପୋଲିସ – ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି। ବିଧାନସଭା ଆଡକୁ ଅଗ୍ରସର ବେଳେ ବିକ୍ଷୋଭକାରୀଙ୍କୁ ଉଠାଇନେଇଛି ପୋଲିସ। ବିଜେଡିର ଘେରାଉ ପାଇଁ ପୋଲିସ କଡା ସୁରକ୍ଷା କରିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିକ୍ଷୋଭକାରୀଙ୍କ ଉପରକୁ ପାଣି ମାଡ କରିଥିଲା ପୋଲିସ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking