21.1 C
Bhubaneswar
Sunday, December 7, 2025
Homeଓଡିଶାଯୁବମୋର୍ଚ୍ଚାର ବିଶାଳ ଗଣଦୌଡ଼: "ନମୋ ଯୁବ ରନ୍ ଫର୍ ନିଶାମୁକ୍ତ ଭାରତ"

ଯୁବମୋର୍ଚ୍ଚାର ବିଶାଳ ଗଣଦୌଡ଼: “ନମୋ ଯୁବ ରନ୍ ଫର୍ ନିଶାମୁକ୍ତ ଭାରତ”

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଦେଶର ୭୫ଟି ପ୍ରମୁଖ ସହରରେ ନିଶାମୁକ୍ତ ଭାରତ ପାଇଁ ମାରାଥନ ଆୟୋଜନ କରାଯାଇଛି। “ନମୋ ଯୁବ ରନ୍‌’ ନାମରେ ଅନୁଷ୍ଠିତ ଏହି ଗଣଦୌଡ଼ରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ସାମିଲ୍ ହୋଇଛନ୍ତି। ଆଜି ସକାଳୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ବିଜେପି ଯୁବମୋର୍ଚ୍ଚା ତରଫରୁ ନିଶାମୁକ୍ତ ଭାରତ ଗଠନର ମହାନ ସଂକଳ୍ପ ନେଇ”ନମୋ ଯୁବା ରନ୍‌’ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ଷ୍ଟାଡିୟମଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଆୟୋଜିତ ଏହି ବିଶାଳ ଗଣଦୌଡ଼ରେ ବିଭିନ୍ନ ସ୍ଥାନରୁ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ୱ ଯୁବକ ଯୁବତୀମାନେ ଭାଗନେଇଥିଲେ। ଓଡ଼ିଶାର ଲୋକପ୍ରିୟ ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମଠାରେ ପତାକା ଦେଖାଇ ଏହି ଗଣଦୌଡ଼ର ଶୁଭ ଉଦ୍‌ଘାଟନ କରି ଯୁବବର୍ଗଙ୍କୁ ଆହ୍ୱାନ ଦେଇ କହିଥିଲେ ଆସନ୍ତୁ, ଆମେ ସମସ୍ତେ ସଙ୍କଳ୍ପ ନେବା, ନିଶାମୁକ୍ତ ସମାଜ ତଥା ଭାରତ ଗଠନ କରିବା, ଯୁବବର୍ଗର ଶକ୍ତିକୁ ସମ୍ପୂର୍ଣ୍ଣ ଭାବେ ଦେଶ ଗଠନରେ ଉପଯୋଗ କରିବା ଏବଂ ସମସ୍ତେ ଏକାଠି ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଯୋଗଦାନ ଦେବା।

ବିଜେପି ଯୁବମୋର୍ଚ୍ଚା ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଜୀ ହେଉଛନ୍ତି ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଜନ୍ମଦିନରୁ ପାଳନ କରାଯାଉଥିବା ସେବା ପକ୍ଷରେ ଆଜି ଏହି ବିଶାଳ ମାରାଥନ ଆୟୋଜନ କରି ନିଶା ପରିତ୍ୟାଗ କରିବା ପାଇଁ ଯୁବମୋର୍ଚ୍ଚା ପକ୍ଷରୁ ବାର୍ତା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ବାବୁ ସିଂ, ସିନେତାରକା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବିଜେପି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ. ଡ. ଯତୀନ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଅରବିନ୍ଦ ଢାଲି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଓଡ଼ିଆ ଚଳଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି କହିଥିଲେ ଯେ, ଏହା କେବଳ ଏକ ଗଣଦୌଡ଼ ନୁହେଁ ବରଂ ଯୁବକମାନଙ୍କ ମଧ୍ୟରେଏକ ଶକ୍ତିଶାଳୀ ସାମାଜିକ ଆନ୍ଦୋଳନ।

ଏହି ଗଣଦୌଡ଼ ଏକ ପ୍ରତିଜ୍ଞା, ଯାହା ଏକ ସୁସ୍ଥ, ସମୃଦ୍ଧ ଏବଂ ନିଶାମୁକ୍ତ ଭାରତ ଗଠନ ପାଇଁ ମାର୍ଗ ପ୍ରସ୍ତୁତ କରେ। ଯୁବଶକ୍ତି ହିଁ ରାଷ୍ଟ୍ର ନିର୍ମାଣର ମୁଖ୍ୟ କର୍ଣ୍ଣଧାର, ତେଣୁ ଆମେ ସମସ୍ତେ ମିଳିତ ଭାବେ ଏହି ମାରାଥନକୁ କେବଳ ଏକ ଅଭିଯାନ ଭାବେ ନ ନେଇ, ସ୍ୱାସ୍ଥ୍ୟ ଏବଂ ଏକତାର ମୂଳମନ୍ତ୍ର ଭାବେ ଗ୍ରହଣ କରିବା ପାଇଁ ଯୁବବର୍ଗଙ୍କୁ ବାର୍ତା ଦେଇଥିଲେ। ଜନତା ମଇଦାନଠାରେ ଏହି ଗଣଦୌଡ଼ ସମାପନ କରାଯାଇ ଗଣଦୌଡ଼ରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଯୁବକଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking