ଭୁବନେଶ୍ୱର: ସାରର କଳାବଜାରୀ ହେଉଥିବା ମାନିଲେ ମନ୍ତ୍ରୀ। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଜାଣି ଶୁଣି କିଛି ଲୋକ କଳାବଜାରୀ କରୁଛନ୍ତି । ରାଜ୍ୟରେ ଆବଶ୍ୟକ ପରିମାଣର ସାର ଅଛି । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । କଳାବଜାରୀ କାରଣରୁ ଅନେକ ସମସ୍ୟା ଉପୁଜିଛି । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଅନେକ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।









