ଭୁବନେଶ୍ୱର: ଘୁଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆହୁରି ୫ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆଜିଠାରୁ ବର୍ଷାର ପରିମାଣ ବଢିବ । ଉତ୍ତର ଓ ଦକ୍ଷିଣ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି କହିଛି ପାଣିପାଗ କେନ୍ଦ୍ର । ଘୁଣ୍ଣିବଳୟ ପ୍ରଭାବରେ ୧୩ ତାରିଖ ଯାଏ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଦେଇଛି ପାଣିପାଗ କେନ୍ଦ୍ର । ସେହିପରି ସାରା ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାକୁ ନେଇ ସମସ୍ତ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ବର୍ଷା ସମୟରେ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।










