ଭୁବନେଶ୍ୱର:ଆଉ ୬୦୦ ଇ- ବସ ଆସିବ କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରାଜ୍ୟରେ ଚାଲିବ ୧ ହଜାର ଇ- ବସ । ପରିବେଶ ସୁରକ୍ଷା ପାଇଁ ନିଆଯାଉଛି ପଦକ୍ଷେପ । ଅଧିକରୁ ଅଧିକ ଇ- ବସ ଚଲାଇବାକୁ ଗୁରୁତ୍ୱ ଦିଆଯାଉଛି । ଆଗକୁ ରାଜ୍ୟ ସରକାର ୨୦୦ଟି ଇ- ବସ ଆଣିବେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଓଡିଶାକୁ ୪୦୦ ଇ-ବସ ପ୍ରଦାନ କରିବେ । ଏବେ ୨୫ଟି ଇ- ବସ ଆସୁଛି, ଯାହା ସମ୍ବଲପୁର କୁ ପ୍ରଦାନ କରାଯିବ । ପରେ ଅନ୍ୟ ଜିଲ୍ଲାକୁ ମଧ୍ୟ ଇ- ବସ ପ୍ରଦାନ କରାଯିବ । ବର୍ତ୍ତମାନ ରାଜ୍ୟରେ ୪୦୦ ଇ-ବସ ଚାଲୁଛି ।










