17.1 C
Bhubaneswar
Tuesday, December 9, 2025
Homeଓଡିଶାବଦଳିଲା ଜିଏସଟି ସ୍ଲାବ୍ : କଣ ଶସ୍ତା କ'ଣ ମହଙ୍ଗା ହେବ ଜାଣନ୍ତୁ..

ବଦଳିଲା ଜିଏସଟି ସ୍ଲାବ୍ : କଣ ଶସ୍ତା କ’ଣ ମହଙ୍ଗା ହେବ ଜାଣନ୍ତୁ..

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ୫୬ତମ ଜିଏସଟି ପରିଷଦ ବୈଠକରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସାଧାରଣ ଜନତାଙ୍କ ହିତରେ ଜିଏସଟି ଢାଞ୍ଚାରେ ବଡ ପରିବର୍ତ୍ତନ କରାଯାଇଛି। କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ଜିଏସଟି ସ୍ଲାବକୁ ରଖାଯାଇଥିବା ବେଳେ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ଜିଏସଟି ସ୍ଲାବକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି। ଏଥିସହ ୪୦ ପ୍ରତିଶତର ଏକ ନୂଆ ସ୍ଲାବ୍ ଲାଗୁ କରାଯାଇଛି। ଏହା ଅତ୍ୟନ୍ତ ବିଳାସପୂର୍ଣ୍ଣ ସାମଗ୍ରୀ ଓ ହାନିକାରକ ଦ୍ରବ୍ୟ ଓପରେ ଲାଗୁ କରାଯିବ। ଏହି ନୂତନ ଜିଏସଟି ସ୍ଲାବ ଆସନ୍ତା ସେପ୍ଟେମ୍ବର ୨୨ରୁ ଲାଗୁ ହେବ। ଏହା ପୂର୍ବରୁ ବ୍ୟବସାୟୀ ଓ ଉତ୍ପାଦକମାନଙ୍କୁ ନୂତନ ଟିକସ ସ୍ଲାବ ଅନୁଯାୟୀ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
କଣ ଶସ୍ତା ହେବ:-
କେଶ, ତେଲ, ଟୁଥପେଷ୍ଟ, ସାବୁନ, ଟୁଥବ୍ରଶ, ସେଭିଂ କ୍ରିମ- (୧୮%-ଥିଲା) (ହେଲା -୫%)
ବଟର, ଘିଅ, ଛେନା, ଡାଏରୀ ସ୍ପ୍ରେଡ -(୧୨ %ଥିଲା) (ହେଲା -୫%)
ପ୍ରି- ପ୍ୟାକେଜଡ ନମକିନ, ଭୁଜିଆ ମିକ୍ସଚର -(୧୨ %ଥିଲା) (ହେଲା -୫%)
 ବାସନକୁସନ -(୧୨ %ଥିଲା) (ହେଲା -୫%)
ଫିଡିଂ ବୋତଲ, ନବଜାତ ଶିଶୁଙ୍କ ନାପକିନ -(୧୨ %ଥିଲା) (ହେଲା -୫%)
ସିଲେଇ ମେସି ଏବଂ ତାର ପାର୍ଟସ -(୧୨ %ଥିଲା) (ହେଲା -୫%)
କୃଷି ଏବଂ କୃଷକଙ୍କୁ ଲାଭ:
ଟ୍ରାକ୍ଟର ଟାୟାର ଏବଂ ଅତିରିକ୍ତ ପାର୍ଟସ – (୧୮%-ଥିଲା) (ହେଲା -୫%)
ଟ୍ରାକ୍ଟର -(୧୨%-ଥିଲା) (ହେଲା -୫%)
ନିର୍ଦ୍ଦିଷ୍ଟ ଜୌବ କୀଟନାଶକ, ସୁକ୍ଷ୍‌ମ ପୋଷକ ତତ୍ୱ -(୧୨%-ଥିଲା) (ହେଲା -୫%)
ବୁନ୍ଦା ଜଳସେଚନ ପ୍ରଣାଳୀ ଏବଂ ସିଞ୍ଚନ -(୧୨%-ଥିଲା) (ହେଲା -୫%)
କୃଷି, ଅମଳ,ଥ୍ରେସିଂ ନିମନ୍ତେ ମେସିନ, ଯନ୍ତ୍ରାଂଶ -(୧୨%-ଥିଲା) (ହେଲା -୫%)
ସ୍ୱାସ୍ଥ୍ୟ ସେବାରେ ରିହାତି:
ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା (୧୮%-ଥିଲା) ୦%
ଥର୍ମୋମିଟର (୧୮%-ଥିଲା) (ହେଲା -୫%)
ମେଡିକାଲ ଗ୍ରେଡ ଅକ୍ସିଜେନ (୧୨%-ଥିଲା) (ହେଲା -୫%)
ସମସ୍ତ ଡାଇଗ୍ନୋଷ୍ଟିକ କୀଟ ଏବଂ ରିଏଜେଣ୍ଡ (୧୨%-ଥିଲା) (ହେଲା -୫%)
ଟେଷ୍ଟଷ୍ଟ୍ରିପ (୧୨%-ଥିଲା) (ହେଲା -୫%)
ଚଷମା (୧୨%-ଥିଲା) (ହେଲା -୫%)
ଯାନବାହାନରେ ରିହାତି:
ପେଟ୍ରୋଲ ଏବଂ ପେଟ୍ରୋଲ ହାଇବ୍ରିଡ, (୨୮%-ଥିଲା) (୧୮% ହେଲା )
ଏଲପିଜି ସିଏନଜି କାର
(୧୨୦୦ସିସିରୁ ୪୦୦୦ଏମଏମରୁ ଅଧିକ ହୋଇନଥିବ ) (୨୮%-ଥିଲା) (୧୮% ହେଲା )
ଡିଜେଲ ଏବଂ ଡିଜେଲ ହ୍ରାଇବ୍ରିଡ କାର (୨୮%-ଥିଲା) (୧୮% ହେଲା )
( ୧୫୦୦ ସିସି ଏବଂ ୪୦୦୦ ଏମଏମରୁ ଅଧିକ ହୋଇନଥିବ)
ତିନି ଚକିଆ ଯାନ (୨୮%-ଥିଲା) (୧୮% ହେଲା )
ମୋଟର ସାଇକେଲ(୩୫୦ ସିସି କିମ୍ବା ତାଠାରୁ କମ) (୨୮%-ଥିଲା) (୧୮% ହେଲା )
ମାଲ ପରିବହନ ନିମନ୍ତେ ମୋଟର ଯାନ (୨୮%-ଥିଲା) (୧୮% ହେଲା )
ଶିକ୍ଷା କ୍ଷେତ୍ରରେ:
ମାନଚିତ୍ର , ଚାର୍ଟସ ଏବଂ ଗ୍ଲୋବ (୧୨%-ଥିଲା) ୦ %
ପେନସିଲ, ସର୍ପପନର, ପୋଷ୍ଟର (୧୨%-ଥିଲା) ୦ %
ଅଭ୍ୟାସ ପୁସ୍ତିକା ଏବଂ ନୋଟ ବୁକ (୧୨%-ଥିଲା) ୦ %
ଇରେଜର (୫%ଥିଲା ) ୦ %
ବୈଦ୍ୟୁତିକ ଉପକରଣରେ ରିହାତି:
ସାମଗ୍ରୀ-
ଏୟାର କଣ୍ଡିସନର (୨୮%-ଥିଲା) (୧୮% ହେଲା )
ଟେଲିଭିଜନ ,୩୨’’ରୁ ବଡ (୨୮%-ଥିଲା) (୧୮% ହେଲା )
ମନିଟର ଏବଂ ପ୍ରୋଜେକ୍ଟର (୨୮%-ଥିଲା) (୧୮% ହେଲା )
ଡିସ-ୱାସିଂ ମେସିନ (୨୮%-ଥିଲା) (୧୮% ହେଲା )

ଶୂନ ଜିଏସଟି
-ଜୀବନ ବୀମା
-ସ୍ବାସ୍ଥ୍ୟବୀମା
-ଛେନା, ପନୀର, ରୁଟି
-ପିଜ୍ଜା ବ୍ରେଡ, ପାଉଡର କ୍ଷୀର, ପରଟା
-ମ୍ୟାପ୍, ଚାର୍ଟ, ଗ୍ଲୋବ
-ପେନସିଲ୍, ଖାତା ବହି, ରବର

୫% ଜିଏସଟି
-କେଶ ତେଲ, ଟଏଲେଟ୍ ସାବୁନ୍, ସାମ୍ପୁ
-ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ
-ରୋଷେଇ ଘରର ସାମଗ୍ରୀ, ନମକିନ
-ଭୁଜିଆ, ସସ୍, ପାସ୍ତା, ଚକୋଲେଟ୍, କଫି
-ନୁଡଲ୍ସ, ଚକୋଲେଟ, କଫି, ଘିଅ, ଲହୁଣି
-ସିଲେଇ ମେସିନ ଓ ପାର୍ଟସ, ନ୍ୟାପକିନ୍
-କ୍ଲିନିକାଲ ଡାଇପର
-ଛୋଟ ପିଲାଙ୍କୁ କ୍ଷୀର ଖୁଆଇବା ବୋତଲ
-ଟ୍ରାକ୍ଟର, ଟ୍ରାକ୍ଟର ଟାୟାର ଓ ପାର୍ଟସ୍, ନିର୍ଦ୍ଦିଷ୍ଟ ଜୈବିକ ସାର
-ଚାଷ କାମରେ ଲାଗୁଥିବା ମେସିନ
-ଥର୍ମୋମିଟର, ମେଡିକାଲରେ ବ୍ୟବହୃତ ଅକ୍ସିଜେନ୍
-ଡାଇଗ୍ନୋଷ୍ଟିକ କିଟ୍, ଗ୍ଲୋକୋମିଟର
-ଜୀବନ ରକ୍ଷାକାରୀ ଔଷଧ

୧୮% ଜିଏସଟି
-ଏସି, ଟିଭି, ଓ୍ଵାସିଂ ମେସିନ୍, କାର୍ ପାର୍ଟ୍ସ
-ଛୋଟ କାର, ବାଇକ୍ (୩୫୦ ସିସିରୁ କମ୍)
-ପେଟ୍ରୋଲ-ଏଲପିଜି ଓ ସିଏନଜି କାର
( ୧୨ଶହ ସିସି ଓ ୪ ହଜାରର ଏମଏମରୁ କମ୍ ହୋଇଥିବ)
-ତିନି ଚକିଆ ଯାନ, ସାମଗ୍ରୀ ପରିବହନ କରୁଥିବା ଗାଡ଼ି
-ଡିଜେଲ୍ ଚାଳିତ ଗାଡ଼ି (୧୫ଶହ ସିସି ଓ ୪ ହଜାରର ଏମଏମରୁ କମ୍ ହୋଇଥିବ)
-ମନିଟର ଓ ପ୍ରୋଜେକ୍ଟର, ସିମେଣ୍ଟ
-ପୂର୍ବରୁ ସିମେଣ୍ଟ ଉପରେ ୨୮%ରୁ ଜିଏସଟି ଥିଲା ଏବେ କମି ୧୮% ହେଲା

କ’ଣ ମହଙ୍ଗା ହେବ:-
୪୦% ଜି ଏସ ଟି ସ୍ଲାବ: ବିଳାସପୂର୍ଣ୍ଣ ଏବଂ ହାନୀକାରକ ଦ୍ରବ୍ୟ: ପାନ ମସାଲା, ତମାଖୁ, ସିଗାରେଟ, ବିଡି, ଜର୍ଦା, ମୃଦୁ ପାନୀୟ, ମୋଟରସାଇକେଲ (୩୫୦ସିସି ରୁ ଅଧିକ ଇଞ୍ଜିନ କ୍ଷମତା), ବୃହତ ଆକାରର କାର୍, ବ୍ୟକ୍ତିଗତ ବ୍ୟବହାର ପାଇଁ ବିମାନ, ହେଲିକପ୍ଟର ଓ ୟଟ୍।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking