ବିଶକେକ: କିର୍ଗିଜସ୍ତାନର ବିଶକେକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ସାଂଘାଇ ସହଯୋଗ ସଂଗଠନ (ଏସସିଓ)ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଏବଂ ଇରାନୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ଉଭୟ ନେତା ଭାରତ-ଇରାନ ପାରସ୍ପରିକ ସମ୍ପର୍କ, ବାଣିଜ୍ୟ, ଚାବାହାର ବନ୍ଦର ସଂଯୋଗୀକରଣ ଏବଂ ପଶ୍ଚିମ ଏସିଆର ସଦ୍ୟତମ ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଆମେରିକା ସହିତ ଚାଲିଥିବା ବିବାଦ ମଧ୍ୟରେ,ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ରହିଥିବାବେଳେ ଇରାନୀ ରାଷ୍ଟ୍ରପତିଙ୍କ ସହ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।










