33.1 C
Bhubaneswar
Thursday, August 27, 2026
Homeଓଡିଶାପୂର୍ବତନ ଡିଜିପି ଖୁରାନିଆଙ୍କୁ ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍

ପୂର୍ବତନ ଡିଜିପି ଖୁରାନିଆଙ୍କୁ ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ବୁଧବାର ହାଇକୋର୍ଟ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ବାରମ୍ବାର ସୁଯୋଗ ସତ୍ତେ୍ୱ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନ ହେବାରୁ ନୋଟିସ୍ ଜାରି କରାଯାଇଛି। ମାମଲାରେ ବିଭ୍ରାନ୍ତିମୂଳକ ସତ୍ୟପାଠ ଦାଖଲ କରିବାର ମଧ୍ୟ ଅଭିଯୋଗ ରହିଛି। ୨୦୨୫, ସେପ୍ଟେମ୍ବର ୨୫ର ଆଦେଶର ଜାଣିଶୁଣି ଉଲ୍ଲଂଘନ ପାଇଁ କାହିଁକି ତାଙ୍କ ବିରୋଧରେ ଅଦାଲତ ଅବମାନନା ପାଇଁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ଉତ୍ତର ରଖିବାକୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ ।ନୋଟିସ ପାଇବାର ୭ ଦିନ ଭିତରେ ଖୁରାନିଆ ଜବାବ ରଖିବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସାଗରିକା ପରିଡ଼ାଙ୍କ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୭ରେ ସାଗରିକା ପରିଡ଼ା ପୁଲିସ ଏସଆଇ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ନଥିବା ତଥ୍ୟ ସେ ଦାଖଲ କରିଥିଲେ ।

କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ବି‌ରୋଧରେ ଏରସମା ଥାନାରେ ତିନୋଟି ଫୌଜଦାରୀ ମାମଲା ଅତୀତରେ ପଞ୍ଜୀକୃତ ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କୁ ୨୦୨୦, ନଭେମ୍ବର ୧୨ରେ କାର୍ୟ୍ୟରୁ ଅନ୍ତର କରାଯାଇଥିଲା। ଏହି ମାମଲାରେ ସେ ଅଦାଲତରେ ଦୋଷମୁକ୍ତ ହେବା ପରେ ତାଙ୍କୁ ଚାକିରିରେ ପୁନଃଅବସ୍ଥାପିତ କରି ଆର୍ଥିକ ଓ ଚାକିରି ସଂପର୍କିତ ସୁବିଧା ପ୍ରଦାନ ପାଇଁ ଆଦେଶ ଦେଇଥିଲେ। ଯାହା ପାଳନ ହୋଇନଥିବାରୁ ପୂର୍ବତନ ଡିଜିପିଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking