29.1 C
Bhubaneswar
Thursday, August 27, 2026
Homeଓଡିଶା୨୦ ଲକ୍ଷ ଗାଡ଼ିର ଆର୍‌ସି ବାତିଲ୍‌ !

୨୦ ଲକ୍ଷ ଗାଡ଼ିର ଆର୍‌ସି ବାତିଲ୍‌ !

ନୂଆଦିଲ୍ଲୀ: ପୁରୁଣା ଗାଡ଼ି ମାଲିକଙ୍କ ପାଇଁ ବଢ଼ିଲା ଚିନ୍ତା । କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟର ନୂଆ ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭେଇକିଲ୍ କ୍ଲାସିଫିକେସନ୍‌ ନୀତି ଅନୁସାରେ କାଗଜପତ୍ର ନବୀକରଣ ହୋଇନଥିବା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ନେଇ ପଦକ୍ଷେପ ନିଆଯାଉଥିବା କୁହାଯାଉଛି । ଏହାରି ଭିତରେ ଓଡ଼ିଶାରେ ପ୍ରାୟ ୨୦ ଲକ୍ଷ ଗାଡ଼ିର ପଞ୍ଜୀକରଣ ସାର୍ଟିଫିକେଟ୍‌ ବା ଆର୍‌ସି ବାତିଲ୍‌ ହୋଇଥିବା ଦାବି କରାଯାଉଛି ।ଆର୍‌ସି ବାତିଲ୍‌ ହୋଇଥିବା ଗାଡ଼ିଗୁଡ଼ିକ ଆଉ ରାସ୍ତାରେ ଚଳାଚଳ ପାଇଁ ବୈଧ ହେବ ନାହିଁ । ଏହାସହ ଆଗାମୀ ଦିନରେ ଆହୁରି ପ୍ରାୟ ୩୦ ଲକ୍ଷ ଗାଡ଼ି ରାସ୍ତାରୁ ହଟିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଗାଡ଼ିର ଆର୍‌ସି ବାତିଲ୍‌ ହେଉଥିଲେ ମଧ୍ୟ ଅନେକ ମାଲିକ ଏ ସମ୍ପର୍କରେ ଜାଣିପାରୁନଥିବା ଅଭିଯୋଗ ହେଉଛି । ଗାଡ଼ି ମାଲିକଙ୍କୁ ପୂର୍ବରୁ ଏନେଇ ସୂଚନା ଦିଆଯାଉନଥିବାରୁ ସେମାନେ ଅଜାଣତରେ ନିଜ ଗାଡ଼ି ଚଳାଉଛନ୍ତି ।

ଯାଞ୍ଚ ବେଳେ ଗାଡ଼ି ଧରାପଡ଼ିଲେ ହିଁ ଆର୍‌ସି ବାତିଲ୍‌ ହୋଇଥିବା ଜାଣିବାକୁ ମିଳୁଛି ବୋଲି ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଗାଡ଼ି ମାଲିକଙ୍କୁ ଜରିମାନା ଗଣିବାକୁ ପଡ଼ିପାରେ । ପୁରୁଣା ଗାଡ଼ିର କାଗଜପତ୍ର ନବୀକରଣ କରିବା ପ୍ରକ୍ରିୟା ଜଟିଳ ହେଲେ ମାଲିକମାନେ ଅଧିକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି । ଏପରିକି ଗାଡ଼ି ଚଳାଚଳ ପାଇଁ ଅଯୋଗ୍ୟ ହୋଇଗଲେ ନୂଆ ଗାଡ଼ି କିଣିବାକୁ ଲୋକେ ବାଧ୍ୟ ହୋଇପାରନ୍ତି । ଏହାକୁ ନେଇ ସାଧାରଣ ଗାଡ଼ି ମାଲିକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଅନ୍ୟପଟେ, ଏଭଳି ନୀତି ଦ୍ୱାରା ପୁରୁଣା ଗାଡ଼ି ବଦଳରେ ନୂଆ ଗାଡ଼ିର ଚାହିଦା ବଢ଼ିବା ସହ ଗାଡ଼ି ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଲାଭବାନ ହୋଇପାରନ୍ତି ବୋଲି ମଧ୍ୟ ଆଶଙ୍କା ପ୍ରକାଶ ପାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking