29.1 C
Bhubaneswar
Thursday, August 27, 2026
Homeଦେଶ ବିଦେଶପଲନାଡୁରେ ଭୟଙ୍କର ଦୁର୍ଘଟଣା! ବସ୍-ଅଟୋ ଧକ୍କାରେ ୭ ମୃତ

ପଲନାଡୁରେ ଭୟଙ୍କର ଦୁର୍ଘଟଣା! ବସ୍-ଅଟୋ ଧକ୍କାରେ ୭ ମୃତ

ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶର ପଲନାଡୁ ଜିଲ୍ଲା ଚିଲକାଲୁରୀପେଟ୍ ନିକଟ ଅଡ୍ଡା ରୋଡ୍‌ରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଘରୋଇ ଟ୍ରାଭେଲ୍ ବସ୍ ଓ ଅଟୋ-ରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ, ବସ୍‌ଟି ବିଜୟୱାଡ଼ାରୁ ଚେନ୍ନାଇ ଯାଉଥିଲା । ଏହି ସମୟରେ କୋଣ୍ଡା ମଞ୍ଜୁରୁରୁ ଭେଲୋରରେ ଏକ ଉତ୍ସବରେ ଯୋଗଦେବାକୁ ଯାଉଥିବା ଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋ-ରିକ୍ସାକୁ ବସ୍‌ଟି ସାମ୍ନାରୁ ଧକ୍କା ଦେଇଥିଲା ।ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଓ ୧୦୮ ଆମ୍ବୁଲାନ୍ସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରି ଆନ୍ଧ୍ର ପ୍ରଦେଶର ପରିବହନ ମନ୍ତ୍ରୀ ମାଣ୍ଡିପଲ୍ଲୀ ରାମପ୍ରସାଦ ରେଡ୍ଡୀ କହିଛନ୍ତି, “ଯାତ୍ରା ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଉଚିତ, ଶେଷ ଗନ୍ତବ୍ୟସ୍ଥଳକୁ ନୁହେଁ ।” ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପରିବହନ ବିଭାଗକୁ ଘଟଣାସ୍ଥଳରେ ସ୍ଥିତି ସୁଧାରି ଯାତାୟାତ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦେବା ସହ ଗାଡ଼ି ଚାଳକମାନଙ୍କୁ ସତର୍କତାର ସହ ଓ ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ସେ ଆହ୍ୱାନ କରିଛନ୍ତି  ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking