ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକରହିଛନ୍ତି । ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଥାନା ପୁଲିସ ଅଟକ ରଖିଥିବା ସୂଚନା ମିଳିଛି । ରାତି ଅଧରେ ଘରେ ପଶି ମାରଣାସ୍ତ୍ରରେ ଅର୍ଚ୍ଚନା ଓ ତାଙ୍କ ପୁଅକୁ ଆକ୍ରମଣ କରିବା ସହ ଜୀବନରୁ ମାରିବାକୁ ଉଦ୍ୟମ କରିଥିବା ନେଇ ଥାନାରେ ଅର୍ଚ୍ଚନା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଜଗବନ୍ଧୁଙ୍କୁ ଉଠାଇ ନେଇଛି ପୋଲିସ । ଘଟଣାର ତଦନ୍ତ କରିବା ସହ ଜଗବନ୍ଧୁଙ୍କ ପାଖରୁ ଗୋଟିଏ ଛୁରୀ ଜବତ କରିଛି ପୋଲିସ । ଅର୍ଚ୍ଚନାନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ଛାଡପତ୍ର ମାମଲା ଚାଲିଥିବା ବେଳେ ଉଭୟେ ଅଲଗା ରହୁଛନ୍ତି ।










