19.1 C
Bhubaneswar
Wednesday, February 11, 2026
Homeଓଡିଶାସମ୍ ହସ୍ପିଟାଲ ପକ୍ଷରୁ ଆଇଏନ୍‌ଏସ୍ ସ୍କିଲାଥନ - ୨୦୨୫ ଆୟୋଜିତ

ସମ୍ ହସ୍ପିଟାଲ ପକ୍ଷରୁ ଆଇଏନ୍‌ଏସ୍ ସ୍କିଲାଥନ – ୨୦୨୫ ଆୟୋଜିତ

ଭୁବନେଶ୍ୱର: ଗୁଣାତ୍ମକ ଚିକିତ୍ସା ପ୍ରଦାନ କ୍ଷେତ୍ରରେ ନର୍ସିଂ ସେବାକୁ ଅଧିକ ଦକ୍ଷ କରିବା ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ‘ଆଇଏନ୍‌ଏସ୍ ସ୍କିଲାଥନ- ୨୦୨୫’ ଆୟୋଜିତ ହୋଇଯାଇଛି। ଇନ୍‌ଫ୍ୟୁଜନ୍ ନର୍ସେସ ସୋସାଇଟି – ଇଣ୍ଡିଆର ଓଡ଼ିଶା ଶାଖା ପକ୍ଷରୁ ଅଗଷ୍ଟ ୨୯ ଓ ୩୦ ତାରିଖରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡକ୍ଟର ବିଜୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନର୍ସିଂ ସେବାର ଅତ୍ୟାଧୁନିକ କାର୍ଯ୍ୟଧାରା ଉପରେ ଗୁରୁତ୍ୱ ଦେଇଥିଲେ। ଉନ୍ନତ ମାନର ସେବା ଯୋଗାଇ ଦେଲେ ହିଁ ରୋଗୀଟି ତୁରନ୍ତ ସୁସ୍ଥ ହୋଇପାରେ। ତେଣୁ ନର୍ସମାନେ ଏ ଦିଗରେ ଅଧିକ ସଚେତନ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ସେହିପରି ରାଜ୍ୟ ହେଲ୍‌ଥ ଆସ୍ୟୁରାନ୍ସ ସୋସାଇଟିର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ବିଷ୍ଣୁ ପ୍ରସାଦ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ରୋଗୀ ସେବା କ୍ଷେତ୍ରରେ ଡାକ୍ତରମାନଙ୍କ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାରେ ନର୍ସମାନଙ୍କର ଯଥେଷ୍ଟ ଭୂମିକା ରହିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିରବତା ଓ ସ୍ମିତ ହାସ୍ୟ ରୋଗୀର କଷ୍ଟକୁ ଅନେକ ମାତ୍ରାରେ ଲାଘବ କରିଥାଏ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତି ତ୍ରୀପାଠି, ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର ଏବଂ କେୟାର ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ସୁଦେଷ୍ଣା ସାହୁ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। କର୍ମଶାଳାରେ ନର୍ସିଂ ସମ୍ପର୍କିତ ବିଭିନ୍ନ ଉନ୍ନତ ମାନର ଦିଗ ସମ୍ପର୍କରେ ଆଲୋଚନା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking