35.9 C
Bhubaneswar
Friday, June 19, 2026
Homeଓଡିଶାସୋଆ ଓ ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ସୋଆ ଓ ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ୍ (ଆଇଏଏସ୍‌) ଓ ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥା (ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହର୍ଟିକଲଚରାଲ ରିସର୍ଚ୍ଚ) ବେଙ୍ଗାଲୁରୁ ମଧ୍ୟରେ ଗୁରୁବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଉଭୟ ଅନୁଷ୍ଠାନ ମଧ୍ୟରେ ଜଳ ପରିଚାଳନା ନେଇ ଉଚ୍ଚତର ଗବେଷଣା ଓ ଶୈକ୍ଷିକ ଆଦାନ ପ୍ରଦାନ ନିମନ୍ତେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥା ଅନ୍ତର୍ଗତ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ରର ମୁଖ୍ୟ ଡ. ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ ଏବଂ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ। କୃଷି ମହାବିଦ୍ୟାଳୟର ଗବେଷଣା ଓ ପ୍ରସାର ପରିଷଦର ବୈଠକ ସମୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣା ସ୍ୱାକ୍ଷର ହେବା ସମୟରେ କୃଷି ମହାବିଦ୍ୟାଳୟର ବିଭିନ୍ନ ବିଭାଗର ମୁଖ୍ୟ, ଅଧ୍ୟାପକ ଏବଂ ଅଧ୍ୟାପିକା ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking