ଭୁବନେଶ୍ୱର: ଇନ୍ସପେକ୍ଟର ଓ ଏସଆଇଙ୍କ କ୍ଷମତା ବଢାଇଲେ ସରକାର । ଏଣିକି ଏସସି/ ଏସଟି ମାମଲାର ତଦନ୍ତ କରିପାରିବେ । ତଦନ୍ତ ସହ ଗିରଫ ଓ ସ୍ୱତନ୍ତ୍ର ଅଦାଲତରେ ମାମଲା କରିପାରିବେ । ପୂର୍ୱରୁ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା । ଏନେଇ ଗୃହ ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି ।










