26.1 C
Bhubaneswar
Thursday, March 26, 2026
Homeଓଡିଶାଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ: ଜଣେ ଆହତ

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ: ଜଣେ ଆହତ

ପାରାଦୀପ: ପାରାଦୀପରୁ ସାମ୍ନାକୁ ଆସିଛି ଏକ ବଡ ଅଘଟଣର ଖବର। ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ଆହତ ହୋଇଥିବା ନେଇ ସୂଚନା ମିଳିଛିସୂଚନା ଅନୁସାରେ, ପାରାଦୀପ ଅଠରବାଙ୍କି ମାର୍କେଟରେ ଚୋରା ଗ୍ୟାସ୍ ସିଲିଣ୍ଡର ବିକ୍ରି କରାଯାଉଥିବା ଦୋକାନରେ ସିଲିଣ୍ଡର ଟାଙ୍କି ଫାଟି ବିସ୍ଫୋରଣ ହୋଇଛି। ବ୍ୟବସାୟୀ ପିଣ୍ଟୁ ମେକାପ ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ଲାଗି ଅଠରବାଙ୍କି ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ନିକଟରେ ଥିବା ବ୍ୟବସାୟୀ ଓ ସାଧାରଣ ଲୋକେ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି । ଦୀର୍ଘ ଦିନ ହେଲା ଏଠାରେ ଚୋରାରେ ଗ୍ୟାସ୍ ସିଲିଣ୍ଡର ବ୍ୟବସାୟ ଚାଲୁଥିଲା। ଅଠରବାଙ୍କି ମାର୍କେଟରେ ସବୁବେଳେ ଭିଡ଼ ରହୁଥିବା ବେଳେ ଗୁରୁବାର ଏକ ୫ କେଜିଆ ଗ୍ୟାସ୍ ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି କରୁଥିବା ବେଳେ ଏହା ହଠାତ୍ ଫାଟି ଯାଇଥିଲା। ପିଣ୍ଟୁଙ୍କ ମୁହଁ, ଗୋଡ଼, ହାତ ସହିତ ଶରୀରର ବିଭିନ୍ନ ସ୍ଥାନରେ ଗ୍ୟାସ୍ ପ୍ରଭାବରେ କଳା ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଅଠରବାଙ୍କି ବିଜୁ ମେମୋରିଆଲ ହସ୍ପିଟାଲରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking