33.1 C
Bhubaneswar
Friday, May 8, 2026
Homeଓଡିଶାବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ବାଲିଅନ୍ତାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର: ଭୁବନେଶ୍ୱର ବାଲିଅନ୍ତାରେ ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ମହା ନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସଂଘବଦ୍ଧ ହତ୍ୟା ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ପୁଲିସ ପ୍ରଶାସନ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହିତ ମଧ୍ୟ ଆଲୋଚନା କରାଯାଇଥିଲା । ଆଜି ସେ ଘଟଣାସ୍ଥଳକୁ ଆସିଛନ୍ତି । ପୀଡିତାଙ୍କୁ ଭେଟିବା ସହ ସୌମ୍ୟରଂଜନଙ୍କ ଘରକୁ ଯିବେ ଅଧ୍ୟକ୍ଷା ଓ ଟିମ ।ସୂଚନା ଥାଉକି, ଗତକାଲି ଦୁଇ ଜଣ ଯୁବତୀ ସ୍କୁଟିରେ ଯାଉଥିବା ବେଳେ , ପଛପଟୁ ଏକ ବାଇକରେ ବାସି ଦୁଇ ଜଣ ଯୁବକ ସ୍କୁଟିକୁ ଧକ୍କା ଦେଇଥିଲେ । ତାପରେ ସ୍ଥାନୀୟ ଲୋକେ ଯୁବକଙ୍କୁ ପୋଲିସ ଆଗରେ ହାତ ଗୋଡ ବାନ୍ଧି ଦରମରା କରି ମାଡ ମାରିଥିଲେ । ଅନ୍ୟ ଯୁବକ, ଗୁରୁତର ଅଛନ୍ତି, ଉଭୟଙ୍କୁ ଡାକ୍ତର ଖାନା ନେବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଉ ତାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ପୋଲିସ- ଜନତା ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking