29.1 C
Bhubaneswar
Saturday, February 7, 2026
Homeଓଡିଶାକୁହୁଳୁଛି ଅସନ୍ତୋଷ, ନବୀନ ନିଦାବିଷ୍ଣୁ

କୁହୁଳୁଛି ଅସନ୍ତୋଷ, ନବୀନ ନିଦାବିଷ୍ଣୁ

ଭୁବନେଶ୍ୱର: ବିଜେଡିରେ ବରିଷ୍ଠଙ୍କ ସିରିଜ୍ ବିସ୍ଫୋରଣ। ବାକ୍ୟବାଣରେ ନିଇତି ଘାଇଲା ଶୀର୍ଷ ନେତୃତ୍ୱ। ଭାଷଣ ଛଳରେ ପାଣ୍ଡିଆନଙ୍କୁ ତାଚ୍ଛଲ୍ୟ କଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ନବୀନ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ପାଣ୍ଡିଆନ କୁଆଡ଼େ କହିଥିଲେ ‘ଆଇ ଆମ୍ ଡାଉନ୍ ବଟ୍ ନଟ ଆଉଟ୍‌’ । ଏହି ଉକ୍ତିକୁ ନେଇ ରଣେନ୍ଦ୍ର ସିଧା ପାଣ୍ଡିଆନଙ୍କ ନାଁ ନନେଇ ତାଚ୍ଛଲ୍ୟ କରିବା ସହ ସ୍ମିତ ହାସ୍ୟ ଦେଇଥିଲେ।ଆଠଗଡ଼ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ତେରେଛା ବାଣ ମାରିଥିଲେ ରଣେନ୍ଦ୍ର । ତେବେ ଏନେଇ ପାଣ୍ଡିଆନ୍ କି ନବୀନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।ପୂର୍ବରୁ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ଆଗକୁ ଆସି ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ। ଏକ ଦୈନିକ ଖବରକାଗଜକୁ ସାକ୍ଷାତକାରରେ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ରାଜ୍ୟବାସୀ କି ନେତାଙ୍କୁ ନଜଣାଇବା ପାଣ୍ଡିଆନଙ୍କ ବଡ ଭୁଲ୍ ବୋଲି କହିଥିଲେ ଦେବାଶିଷ ସାମନ୍ତରାୟ । ଏପରିକି ଏହା ଦଳ ପାଇଁ ବି କ୍ଷତି ବୋଲି କହିଥିଲେ ଦେବାଶିଷ । ହସ୍ପିଟାଲରେ ଭର୍ତ୍ତି ହେବା ପରେ ଦଳୀୟ ନେତା ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିଲେ। ଘରେ ଅସୁସ୍ଥ ହେବା ସମୟରେ କାହିଁକି ପାଣ୍ଡିଆନ୍ ଜଣାଇଲେ ନାହିଁ । ସେହିପରି ହସ୍ପିଟାଲରେ ନବୀନଙ୍କୁ ଭେଟିବା ପାଇଁ ଦଳୀୟ ନେତାଙ୍କୁ ନଛାଡ଼ିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଦେବାଶିଷ କହିଛନ୍ତି ପାଣ୍ଡିଆନ୍ ଆଇ ଆମ୍ ଡାଉନ୍‌, ବଟ୍ ନଟ୍ ଆଉଟ୍‌’ ବୋଲି କହିଥିବା ସତ ହୋଇଥିଲେ ଏହା ଅହଂକାରର ପରିଚୟ ।

ଦେବାଶିଷ, ରାଜା, ବଦ୍ରିଙ୍କ ପରେ ଏବେ ମୁହଁ ଖୋଲି ବର୍ଷିଲେ ଅଶୋକ ପଣ୍ଡା। ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ୍‌। ଶୁଣେଇଲେ ଲକ୍ଷ୍ମଣ ରେଖା ଉପାଖ୍ୟାନ। କହିଲେ ନବୀନ କୌଣସି ବ୍ୟକ୍ତିଙ୍କର ସମ୍ପତ୍ତି ନୁହେଁ। ଆଇ ଆମ୍ ଡାଉନ୍ ବଟ ନଟ୍ ଆଉଟ୍ ପ୍ରସଙ୍ଗକୁ ନେଇ ଦଳରେ ବହୁଥିବା ଝଡ଼ ଭିତରେ ଏଭଳି ବର୍ଷିବା ସହ ଆମେ ଆଉଟ୍ ହୋଇନୁ ବୋଲି ସ୍ପଷ୍ଟ ବାର୍ତ୍ତା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡା।
ବିଜେଡିରେ ବରିଷ୍ଠଙ୍କ ବିସ୍ଫୋରଣ ଥମୁନି ବରଂ ବଢ଼ିଚାଲିଛି। କିଛି ପୁରୁଖା ମେଳି କରି ଘେରିବାକୁ ଉଦ୍ୟମ ବି ଆରମ୍ଭ କରିଛନ୍ତି। କେବଳ ବରିଷ୍ଠ କାହିଁକି ଯୁବ ନେତା ବି ଦଳ ପରିଚାଳନା ନେଇ ଖପ୍ପା। ଦଳ ଭିତରେ ଜଳୁଥିବା ଅସନ୍ତୋଷର ଏ ନିଆଁ ଆଗକୁ କି ରୂପ ନେଉଛି ତାଉପରେ ନଜର।

ଅନ୍ୟପଟେ ବିଜେପି ଦଖଲ କରୁଛି ଗୋଟିକ ପରେ ଗୋଟିଏ ବ୍ଲକ୍ । ବିଜେଡି ଛାଡ଼ି ବିଜେପି ମୁହାଁ ପଞ୍ଚାୟତ ବ୍ଲକ୍ ପ୍ରତିନିଧି । ଦଳ ଜିତିଥିବା ବିଧାନସଭା ସିଟରେ ବି ବ୍ଲକ୍ ବଞ୍ଚାଇ ପାରୁନି ବିଜେଡି । କେନ୍ଦ୍ରାପଡାରୁ କଳାହାଣ୍ଡି, ବଡ଼ଚଣାରୁ ବ୍ରହ୍ମପୁର, ସବୁଠି ସମାନ ଟ୍ରେଣ୍ଡ। ସବୁଠୁ ବଡ଼ କଥା ହେଲା ଏକଦା ବିଜେଡି ଗଡ଼ ଥିବା ଗଞ୍ଜାମ ଏବଂ ଯାଜପୁରରେ ସ୍ଥିତି ବେଶି ଜଟିଳ। କେଉଁଠି ଅନାସ୍ଥା ତ କେଉଁଠି ଦଳରେ ସାମିଲ କରି ବ୍ଲକ୍ ଦଖଲ କରୁଛି ଦଳ। ନିକଟରେ ଧର୍ମଶାଳା ବ୍ଲକ୍ ପଦରୁ ପ୍ରଣବଙ୍କ ଭାଇ ପ୍ରଭାତ ବଳବନ୍ତରାୟ ଇସ୍ତଫା ଦେବା ପରେ ବ୍ଲକ୍ ଏକ ପ୍ରକାର କବଜାକୁ ନେଇଯାଇଛି ବିଜେପି। ବିଜେଡି କହିଛି ଭୟ ଆଉ ଲୋଭ ଦେଖାଇ ନିର୍ବାଚିତ ପ୍ରତିନିଧିଙ୍କୁ ଦଳକୁ ନେଉଛି ବିଜେପି। ଜବାବ ରଖି ବିଜେପି କହିଛି ବିକାଶ ପାଇଁ ବିଜେପି ମୁହାଁ ହେଉଛନ୍ତି ନେତା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking