18.1 C
Bhubaneswar
Sunday, February 8, 2026
Homeଓଡିଶାକଟକ ରେଳ ଷ୍ଟେସନରେ ଅଘଟଣ: ଦୁଇ ଅଧିକାରୀଙ୍କୁ ନୋଟିସ୍

କଟକ ରେଳ ଷ୍ଟେସନରେ ଅଘଟଣ: ଦୁଇ ଅଧିକାରୀଙ୍କୁ ନୋଟିସ୍

କଟକ: କଟକ ରେଳ ଷ୍ଟେସନରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣା। ଏହି ଘଟଣାରେ ତଦନ୍ତ କଡାକଡି କରିଛି କଟକ ଜିଆର୍‌ପି ଥାନା। ରେଳବାଇର ସିନିୟର ସେକ୍ସନ ଇଞ୍ଜିନିୟର ଏବଂ ନିର୍ମାଣ ଦାୟିତ୍ଵ ନେଇଥିବା ୟୁଆର୍‌ସିର ଜେନେରାଲ୍ ମ୍ୟାନେଜରଙ୍କୁ ନୋଟିସ୍ ଜାରି କରାଯାଇଛି। ନୋଟିସ୍‌ର ସନ୍ତୋଷଜନକ ଉତ୍ତର ନଦେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଗତ ବୁଧବାର କଟକ ରେଳ ଷ୍ଟେସନରେ ବଡ଼ ଅଘଟଣ ଘଟିଥିଲା। ଏଥିରେ ଜଣେ ରେଳବାଇ କର୍ମଚାରୀ ଆହତ ହୋଇଥିଲେ। ୧ ନମ୍ବର ପ୍ଲାଟଫର୍ମ ନିକଟରେ ୨ ନମ୍ବର ଗେଟ୍‌ ଭଙ୍ଗାଯାଉଥିବା ବେଳେ ହଠାତ୍ ତାହା ଭୁଶୁଡ଼ି ପଡ଼ିଥିଲା।

ପ୍ଲାଟଫର୍ମର ସେଡ୍ ଉପରେ ପଡ଼ିବାରୁ ଲୁହା ଫ୍ରେମ୍ ଉଭୟ ୧ ନମ୍ବର ଓ ୨ ନମ୍ବର ରେଳ ଧାରଣା ଉପରେ ପଡ଼ିଥିଲା। ଆହତ କର୍ମଚାରୀଙ୍କୁ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖୋର୍ଦ୍ଧା ଡିଆର୍‌ଏମ୍‌ଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଥିରେ ରେଳବାଇର ୭ଟି ବିଭାଗର ଅଧିକାରୀ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ, ବୁଧବାର ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ହାୱଡ଼ା ଅଭିମୁଖେ ବାହାରି ଅପରାହ୍ଣ ୩ଟା ୨୫ରେ ଯାତ୍ରୀଙ୍କୁ ନେଇ କଟକ ଷ୍ଟେସନ୍ ଛାଡ଼ିଥିଲା। ଏହାର କିଛି ସମୟ ପରେ ଅପରାହ୍ଣ ପ୍ରାୟ ୩ଟା ୪୫ରେ ପ୍ଲାଟଫର୍ମ ନମ୍ବର ୧ର ୨ ନମ୍ବର ଗେଟ୍‌ରେ ଥିବା ପୁରୁଣା ଫାଟକ ଭଙ୍ଗାଯାଉଥିବା ବେଳେ ତାହା ପ୍ଲାଟଫର୍ମର ଆଜବେଷ୍ଟସ୍‌ ଉପରେ ଖସିପଡ଼ିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking