କେନ୍ଦ୍ରାପଡା: ପୋଡିଯିବା କାରଣରୁ ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତ୍ୟୁ । ପ୍ରେସ କନଫରେନ୍ସରେ ସୂଚନା ଦେଲେ କେନ୍ଦ୍ରାପଡା ଏସ୍ପି । ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ବୋଲି କହିଲେ । ଶରୀରର ୯୫ ପ୍ରତିଶତ ପୋଡିଥିବା ପୋଷ୍ଟମର୍ଟମରୁ ଜଣାପଡିଛି । ଘଟଣାଦିନ ସାଢେ ୮ଟା ଯାଏଁ ଫୋନରେ କଥା ହୋଇଥିଲେ । ସାଢେ୮ରୁ ୧୧ଟା ଭିତରେ ପୋଡି ହୋଇ ମୃତ୍ୟୁ ହୋଇଛି ା ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ସ୍ପଷ୍ଟ ହୋଇଛି । ସିସିଟିଭିରୁ ସ୍ପଷ୍ଟ ଘଟଣା ପୂର୍ୱରୁ ବାପା ମାଆ ଘରୁ ବାହାରକୁ ଯାଇଥିଲେ । ଅନର କିଂଲିଂ ବୋଲି କୌଣସି ପ୍ରମାଣ ମିଳି ନାହିଁ । ବର୍ତ୍ତମାନ ସୁଦ୍ଧା କେବଳ ଜଣେ ଅଭିଯୁକ୍ତ ହେଉଛନ୍ତି ପ୍ରମୋଦ ବେହେରା । ପ୍ରୋମୋଦ ହାରାସମେଣ୍ଟ କରିଛନ୍ତି । ଅଶ୍ଳୀଳ ଭିଡିଓ ପଠାଇବା ପ୍ରମାଣ ମିଳିଛି । ସୂଚନା ଥାଉ କି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ଯୁକ୍ତ ତିନି ଛାତ୍ରୀ ଘରେ କେହି ନଥିବା ଦେଖି ନିଜ ଶରୀରରେ ପେଟ୍ରୋଲ ଢାଳି ନିଜକୁ ନିଆଁ ଲଗାଇଦେଇଥିଲେ । ମୃତ ଛାତ୍ରୀଙ୍କ ବାପାଙ୍କ କହିବା ଅନୁସାରେ ଛାତ୍ରୀଙ୍କର ପୁରୁଷ ବନ୍ଧୁ ତାଙ୍କ ଅଶ୍ଲୀଳ ଭିଡିଓ ମୋବାଇଲକୁ ପଠାଇଥିଲେ ।୬ ମାସ ପୂର୍ୱରୁ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କୌଣସି କାଯ୍ୟାନୁଷ୍ଠାନ ନେଇନଥିଲା । ଯାହା ଫଳରେ ଛାତ୍ରୀ ଜଣଙ୍କ ଏଭଳି ଚରମ ପଦକ୍ଷେପ ନେଇଥିଲେ ।









