29.1 C
Bhubaneswar
Monday, May 11, 2026
Homeଓଡିଶାବରଗଡ଼ ଜିଲ୍ଲାରେ ରବି ଧାନ କିଣା ଆରମ୍ଭ

ବରଗଡ଼ ଜିଲ୍ଲାରେ ରବି ଧାନ କିଣା ଆରମ୍ଭ

ଆସନ୍ତା ୧୫ରେ ବାଲେଶ୍ବର, କଟକ, ପୁରୀ ଓ ସମ୍ବଲପୁରରେ ଧାନକିଣା

ଭୁବନେଶ୍ୱର : ରାଜ୍ୟରେ ରବି ଋତୁରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ବରଗଡ଼ ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇଛି । ବରଗଡ଼ରେ ସରକାରୀ ସ୍ତରରେ ଧାନ ବିକ୍ରୟ ପାଇଁ ପ୍ରାୟ ଏକ ଲକ୍ଷ ୫ ହଜାର ଚାଷୀ ପଞ୍ଜିକୃତ କରିଛନ୍ତି । ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୯୬ ହଜାର ୩୭୭ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି । ସେହିପରି ଆସନ୍ତା ୧୫ ତାରିଖରେ ବାଲେଶ୍ବର, କଟକ, ପୁରୀ ଓ ସମ୍ବଲପୁରରେ ଧାନ ସଂଗ୍ରହ କରାଯିବ । ଚଳିତ ରବି ଋତୁରେ ବାଲେଶ୍ୱର ଜିଲ୍ଲାରେ ୩୮, ୧୧୩ ଚାଷୀ ପଞ୍ଜିକରଣ କରିଥିବା ବେଳେକଟକ ଜିଲ୍ଲାରେ ୩୫୧୮ ଜଣ, ପୁରୀରେ ୨୨,୨୩୬ ଜଣ ଓ ସମ୍ବଲପୁର ଜିଲ୍ଲାରେ ୧୯,୧୧୩ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଏହି ସବୁ ଜିଲ୍ଲାର ଚାଷୀ ମାନଙ୍କୁ ଯାଞ୍ଚ ପ୍ରକ୍ରିୟା ପରେ ଆଜି ଟୋକନ ପ୍ରଦାନ କରାଯିବ । ପ୍ରତ୍ୟେକ ମଣ୍ଡିରେ ଚାଷୀ ମାନଙ୍କ ସୁବିଧା ପାଇଁ ଆବଶ୍ୟକୀୟ ନୋଡାଲ ଅଧିକାରୀ ଏବଂ ସୁପରଭାଇଜର ନିଯୁକ୍ତ କରାଯାଇଛି ।

ସବୁ ମଣ୍ଡିରେ ଚାଷୀମାନେ ଧାନ ବିକ୍ରୟ କରି ଯେପରି ଏକ ଭଲ ଅନୁଭୂତି ନେଇ ଫେରିବେ ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ଖରାରୁ ରକ୍ଷା ପାଇବା ପାଇଁ ଅସ୍ଥାୟୀ ସେଡ୍‌, ପାନୀୟ ଜଳ ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିବାବେଳେ ଚାଷୀମାନଙ୍କ ହିତକୁ ଦୃଷ୍ଟିରେ ରଖି ସିସିଟିଭିର ବ୍ୟବସ୍ଥା କରାଯାଇଛି । ସେହିଭଳି ଅଦିନିଆ ବର୍ଷା ଓ ଖରାକୁ ଦୃଷ୍ଟିରେ ରଖି ଧାନର ସୁରକ୍ଷା ପାଇଁ ଆବଶ୍ୟକୀୟ ପଲିଥିନ୍‌ର ବ୍ୟବସ୍ଥା କରାଯାଇଛି । କୌଣସି ଯୋଗ୍ୟ ଚାଷୀ ଯେପରି ଧାନସଂଗ୍ରହ ପ୍ରକ୍ରିୟାରୁ ବାଦ ନ ପଡ଼ନ୍ତି ସେଥି ପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ରଖାଯାଉଛି । ଧାନକିଣା ପ୍ରକ୍ରିୟା ଦାୟିତ୍ୱରେ ଥିବା ଅଧିକାରୀମାନେ କର୍ତ୍ତବ୍ୟରେ ଅବହେଳା କଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ସେହିଭଳି ଧାନକିଣାର ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟକ ମୂଲ୍ୟଏବଂ ଇନ୍‌ପୁଟ ସବ୍‌ସିଡ଼ି ମିଶାଇ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking