ଗଞ୍ଜାମ: ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲକୁ ଏନକାଉଣ୍ଟର । ବ୍ରହ୍ମପୁର ପୁଲିସ ଜିଲ୍ଲା ଗୋଳନ୍ଥରା ଥାନା ପକ୍ଷରୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ ଓରଫ ମଲ୍ଲକୁ ଏନକାଉଣ୍ଟର କରାଯାଇଛି । ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶରେ ଥାନା ଅଧିକାରୀ ବିବେକନନ୍ଦ ସ୍ୱାଇଁ ଓ ତାଙ୍କ ଟିମ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ପିତାତଳି – ଚିକିଟି ରୋଡ଼ରେ ଆଜି ଭୋରରୁ ସୁନୀଲକୁ ଧରିବାକୁ ସ୍ପେସିଆଲ ଟିମ ଚଢ଼ାଉ କରିଥିଲା । ହେଲେ ସୁନୀଲ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା । ଫଳରେ ପୁଲିସ ଗାଡ଼ିରେ ଏହି ଗୁଳି ବାଜିଥିଲା ।ସୁନିଲ ଏକ ଦୁର୍ଦ୍ଦାନ୍ତ ଅପରାଧୀ ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ୍ତ ରହି ଫେରାର ଥିଲା । ୨ ହତ୍ୟାକାଣ୍ଡ, ଡକାୟତି, ଚୋରି, ଛିନତାଇ ସହ ୨୦ଟି ସଙ୍ଗୀନ ମାମଲା ରହିଛି ସୁନିଲ ବିରୋଧରେ ।










