29 C
Bhubaneswar
Saturday, July 25, 2026
Homeଓଡିଶାଆଜି ହାଜର ହେବେନି ପାଣ୍ଡିଆନ

ଆଜି ହାଜର ହେବେନି ପାଣ୍ଡିଆନ

ଭୁବନେଶ୍ୱର: ଫାଇଲ ଚୋରି ପ୍ରସଙ୍ଗ । ଆଜି ହାଜର ହେବେନି ଭିକେ ପାଣ୍ଡିଆନ । କ୍ୟାପିଟାଲ ଥାନାରେ ଆଜି ହାଜର ହୋଇପାରିବେନି ଭିକେ ପାଣ୍ଡିଆନ । ଏନେଇ ମେଲ ଯୋଗେ ପୋଲିସକୁ ଜଣାଇଲେ ପାଣ୍ଡିଆନ । ବିଦେଶରେ ଥିବାରୁ ଥାନାରେ ହାଜର ହୋଇପାରିବେ ନାହିଁ । ଭିଡିଓ କନଫେରେନ୍ସ ଜରିଆରେ ବୟାନ ନେବା ପାଇଁ ନିବେଦନ କଲେ । ନଚେତ ବିଦେଶରୁ ଫେରିବା ପରେ ଥାନାରେ ହାଜର ହେବେ ବୋଲି ଜଣାଇଛନ୍ତି । ସୂଚନାଥାଉକି, ସିଏମଓରୁ ଫାଇଲ ଚୋରି ମାମଲାରେ ପ୍ରଶାସନ ତତ୍ପରତା ଦେଖାଇଛି । ୨୫ ତାରିଖରେ କ୍ୟାପିଟାଲ ଥାନାରେ ହାଜର ହେବା ପାଇଁ ଭିକେ ପାଣ୍ଡିଆନଙ୍କୁ ନୋଟିସ ଦେଇଥିଲେ କମିଶନରେଟ ପୋଲିସ । କିନ୍ତୁ ଆଜି ଆସିପାରିବେନାହିଁ ବୋଲି ସଫା ସଫା ମେଲ ଯୋଗେ ଜଣାଇଛନ୍ତି । କେବଳ ପାଣ୍ଡିଆନଙ୍କୁ ନୁହଁ, ପୂର୍ବତନ ଆଇଏଏସ ଉପେନ୍ଦ୍ରନାଥ ବେହେରାଙ୍କୁ ଏସଆଇଟି ନୋଟିସ କରିଥିଲା । ଆସନ୍ତା ୩୦ ତାରିଖ ସୁଦ୍ଧା ଥାନାରେ ହାଜର ହେବା ପାଇଁ ରାଜେଶ ବର୍ମାଙ୍କୁ ମଧ୍ୟ କମିଶନରେଟ ପୋଲିସ ନୋଟିସ ଜାରି କରିଥିଲା । ଲକ୍ଷ୍‌ମଣାନନ୍ଦଙ୍କୁ ହତ୍ୟା ଏବଂ ସମ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପୁନରାବୃତ୍ତି ହୋଇଛି । ଉକ୍ତ ଦୁଇଟି ଫାଇଲ ସିଏମଓଙ୍କ କାର୍ଯ୍ୟାଳୟରୁ ଗାଏବ ହୋଇଯାଇଛି । ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବଡ କଥା ହେଉଛି, ଦୁଇ ଦୁଇଟି ତଦନ୍ତ କମିସନଙ୍କ ଫାଇଲ ଗାଏବ ହୋଇଛି ନା ଆଉ କିଛି ଫାଇଲ ଗାଏବ ହୋଇଛି ତାହାତୁ ତଦନ୍ତ ପ୍ରକ୍ରିୟା ବେଶ ଜୋରଦାର ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking