28.5 C
Bhubaneswar
Saturday, July 25, 2026
Homeଓଡିଶାକେନ୍ଦ୍ରାପଡ଼ା ଓ ବାରିପଦାରେ ଆଜି ବାହୁଡ଼ା ଯାତ୍ରା

କେନ୍ଦ୍ରାପଡ଼ା ଓ ବାରିପଦାରେ ଆଜି ବାହୁଡ଼ା ଯାତ୍ରା

ମୟୁରଭଞ୍ଜ: ଜନ୍ମବେଦିରୁ ରତ୍ନବେଦିକୁ ଫେରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ପୁରୀ ଭଳି କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର ଓ ଅନ୍ୟାନ୍ୟ ସ୍ଥାନରେ ଠାକୁରଙ୍କ ବାହୁଡ଼ା ଯାତ୍ରା ହୋଇଛି । କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ହୋଇଛି ସିଦ୍ଧ ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା । ସନ୍ଧ୍ୟା ୫ଟାରେ ଆରମ୍ଭ ହୋଇଥିଲା ଧାଡ଼ି ପହଣ୍ଡି । ଆଜି ବି ତୁଳସୀ କ୍ଷେତ୍ରରେ ଗଡ଼ିବ ରଥ । ବାରିପଦାରେ ଆଜି ବାହୁଡ଼ା ଯାତ୍ରା । ଗତକାଲି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ। ଆଜି ଓ ଆସନ୍ତାକାଲି  ୨ ଦିନ ଧରି ବାରିପଦାରେ ରଥଟଣା ଓ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ ।

ସେପଟେ ପ୍ରଭୁ ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା ପାଇଁ କେନ୍ଦୁଝରରେ ଅଗଣିତ ଭକ୍ତଙ୍କ ଗହଳି । ରଥାରୂଢ଼ ହେବା ପରେ ଗତକାଲି ପ୍ରାୟ ୪ଟା ସମୟରେ ଗଡ଼ିଥିଲା ରଥ। କୋରାପୁଟରେ ଭକ୍ତିମୟ ପରିବେଶ ଭିତରେ ହୋଇଛି ବାହୁଡ଼ା ଯାତ୍ରା । ହଜାର ହଜାର ଭକ୍ତଙ୍କ ଗହଣରେ ରଥଟଣା ଯାଇଥିବା ବେଳେ ତିନି ଠାକୁର ଆସି ବଡ଼ଦାଣ୍ଡରେ ପହଞ୍ଚିଥିଲେ । ତିନି ଠାକୁରଙ୍କ ଦର୍ଶନ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking