27.1 C
Bhubaneswar
Tuesday, December 9, 2025
Homeଓଡିଶାରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ସରକାର ସଙ୍କଳ୍ପବଦ୍ଧ: ରବିନାରାୟଣ ନାଏକ

ରାଜ୍ୟବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ସରକାର ସଙ୍କଳ୍ପବଦ୍ଧ: ରବିନାରାୟଣ ନାଏକ

ଭୁବନେଶ୍ୱର: ସ୍ବଚ୍ଛ ନିରାପଦ ପାନୀୟ ଜଳ ହେଉଛି ଏକ ମୌଳିକ ଆବଶ୍ୟକତା । ସମଗ୍ର ଓଡ଼ିଶାବାସୀଙ୍କୁ ସ୍ଵଚ୍ଛ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ ସରକାର ସଙ୍କଳ୍ପବଦ୍ଧ ଅଛନ୍ତି । ରାଜ୍ୟରେ ବର୍ତ୍ତମାନ ୨୦୭ଟି ମେଗା ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮ ଟି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି l ଅନ୍ୟ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ କରାଯାଇଛି ଓ ସେସବୁର ପ୍ରତ୍ୟକ୍ଷ ନିରୀକ୍ଷଣ କରାଯାଉଛି l ସାମାନ୍ଯ ବ୍ୟତିକ୍ରମ ଦେଖାଗଲେ ଉତ୍ତରଦାୟିତ୍ଵ ସ୍ଥିର କରାଯାଇ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା କରାଯାଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ପ୍ରକାଶ କରିଛନ୍ତି ।ବର୍ତ୍ତମାନ ରାଜ୍ୟରେ ଚାଲିଥିବା ୨୦୭ଟି ମେଗା ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ ୧୮ଟି ପ୍ରକଳ୍ପ ପୂର୍ଣ୍ଣ ରୂପେ ସଂପୂର୍ଣ୍ଣ ହୋଇଯାଇଛି। ନୂଆପଡା ଜିଲ୍ଲାର ସମସ୍ତ ଗ୍ରାମ ‘ହର ଘର ଜଳ ଯୋଜନା’ରେ ଅନ୍ତର୍ଭୁକ୍ତ ହୋଇ ପାରିଛି, ଯାହା ଗ୍ରାମୀଣ ଜୀବନରେ ପାନୀୟ ଜଳ ସୁବିଧାକୁ ସୁନିଶ୍ଚିତ କରିବାରେ ଏକ ଐତିହାସିକ ପଦକ୍ଷେପ ।

ସରକାରୀ ସ୍ତରରେ ଏହି ପ୍ରକଳ୍ପଗୁଡିକୁ ଯଥାଶୀଘ୍ର ସମ୍ପନ୍ନ କରିବା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ସେହି ଅନୁସାରେ, ଅଗଷ୍ଟ ମାସରେ ୨୧ଟି, ସେପ୍ଟେମ୍ବର ଶେଷ ପୂର୍ବରୁ ୧୧ଟି ଏବଂ ୨୦୨୫ ଡିସେମ୍ବର ପୂର୍ବରୁ ୨୨ଟି ପ୍ରକଳ୍ପ ସମ୍ପନ୍ନ କରିବା ଲକ୍ଷ୍ୟ ସ୍ଥିର କରାଯାଇଛି । ଏହି ସହରାଜ୍ୟରେ ପାନୀୟ ଜଳର ସୁପରିଚାଳନା ପାଇଁ ଏକ ଜଳ ନିଗମ ପ୍ରତିଷ୍ଠା କରିବାକୁ ସରକାର ବିଚାର କରୁଛନ୍ତି ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି ।ନିରାପଦ ପାନୀୟ ଜଳ ସୁନିଶ୍ଚିତତା ପାଇଁ ରାଜ୍ୟର ୫,୨୭,୫୭୦ ନଳକୂପ/ସାନିଟାରି ୱେଲ୍, ୨୧,୪୦୧ ପ୍ରୋଡକ୍ସନ ୱେଲ୍ ଓ ୧୫,୧୫୫ଟି ଓଭରହେଡ୍ ଟ୍ୟାଙ୍କକୁ ଲଗାତର ବିଶୁଦ୍ଧିକରଣ କରାଯାଉଛି। ପୂର୍ବବର୍ଷରେ ମଞ୍ଜୁର ହୋଇଥିବା ୨୯,୫୧୨ ନଳକୂପ ମଧ୍ୟରୁ ୨୦,୮୯୧ଟି ପ୍ରାୟ ସମ୍ପନ୍ନ ହୋଇଛି ।ଏହି ସମସ୍ତ କାର୍ଯ୍ୟରେ ଉତ୍ତରଦାୟିତ୍ତ୍ଵକୁ ଗୁରୁତ୍ଵ ଦିଆଯାଉଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଯେଉଁ ଏଜେନ୍ସି କାର୍ଯ୍ୟ ସମାପ୍ତ ନ କରୁଛି, ତାହା ଉପରେ ପେନାଲ୍ଟି ଲଗାଯିବ । ସେହିଭଳି ଦାୟିତ୍ଵରେ ରହିଥିବା ଅଧିକାରୀ ଓ କର୍ମଚାରୀମାନଙ୍କର ମଧ୍ୟ ଉତ୍ତରଦାୟିତ୍ତ୍ଵ ସ୍ଥିର କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking