କଟକ: ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି । ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଖ, ଜଷ୍ଟିସ ଭି. ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର , ଆଜି ଜୁଡିସିଆଲ ଏକାଡେମୀ ନିକଟରୁ ହାଇକୋର୍ଟକୁ ସାଇକଲେରେ ଆସିଥିଲେ । ରାଜ୍ୟରେ ସାଂପ୍ରତିକ ତୈଳ ସଙ୍କଟ ସମୟରେ ସଚେତନତା ସୃଷ୍ଟି କରିବା ଉପଲକ୍ଷେ ବିଚାରପତିମାନେ ସାଇକେଲରେ ଆସିଛନ୍ତି । ତୈଳ ସଙ୍କଟ ଦୃଷ୍ଟିରୁ ତେଲର ଅପବ୍ୟବହାର ନ କରିବା ପାଇଁ ବିଚାରପତିମାନେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।










