18.1 C
Bhubaneswar
Wednesday, February 4, 2026
Homeଓଡିଶାଓଲଟିଲା ବସ୍: ୧୨ ଆହତ, ୪ ଗୁରୁତର

ଓଲଟିଲା ବସ୍: ୧୨ ଆହତ, ୪ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗିର ଏନଏଚ-୫୭ର ସରିଗଣ୍ଡା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ବିଲ ଭିତରକୁ ଯାଇ ଓଲଟି ପଡ଼ିଥିବା ନେଇ ଜଣାପଡିଛି। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ୧୭ ଜଣ ଯାତ୍ରୀ ଥିଲେସେଥିମଧ୍ୟରୁ ୧୨ ଜଣ ଆହତ ହୋଇଛନ୍ତି ଏବଂ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟ ସୂଚନା ଅନୁଯାୟୀ, ଦୁର୍ଘଟଣାଟି ଶୁକ୍ରବାର ସକାଳେ ଘଟିଥିଲା। ଆହତ ଯାତ୍ରୀମାନଙ୍କୁ ତୁରନ୍ତ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ୪ ଜଣଙ୍କୁ ନୟାଗଡ଼ ମେଡିକାଲର ଗୁରୁତର ଚିକିତ୍ସା ବିଭାଗରେ ରଖାଯାଇ ଚିକିତ୍ସା କରାଯାଉଛି। ଅନ୍ୟ ଆହତମାନଙ୍କ ମଧ୍ୟ ଚିକିତ୍ସା ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking