31.1 C
Bhubaneswar
Friday, August 28, 2026
Homeଦେଶ ବିଦେଶଚେସ୍‌ରେ ଇତିହାସ ରଚିଲେ ପ୍ରଜ୍ଞାନନ୍ଦା!

ଚେସ୍‌ରେ ଇତିହାସ ରଚିଲେ ପ୍ରଜ୍ଞାନନ୍ଦା!

ନୂଆଦିଲ୍ଲୀ: ଚେସ୍‌ ଦୁନିଆରେ ଭାରତର ନୂଆ ଇତିହାସ । ଗ୍ରାଣ୍ଡ ଚେସ୍‌ ଟୁର୍‌ ଜିତି ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଲେ ଆର୍‌. ପ୍ରଜ୍ଞାନନ୍ଦା। ଡିଫେଣ୍ଡିଂ ଚାମ୍ପିଅନ୍‌ ଫାବିଆନୋ କାରୁଆନାଙ୍କ ବିପକ୍ଷରେ ଅବିଶ୍ୱସନୀୟ କମ୍‌ବ୍ୟାକ୍‌ କରି ଏହି ବଡ଼ ସଫଳତା ହାସଲ କରିଛନ୍ତି ଚେନ୍ନାଇର ଏହି ଗ୍ରାଣ୍ଡମାଷ୍ଟର । ଫାଇନାଲ୍‌ର ଶେଷ ଦିନ ପୂର୍ବରୁ ପ୍ରଜ୍ଞାନନ୍ଦା ୬ ପଏଣ୍ଟ ପଛରେ ଥିଲେ। କ୍ଲାସିକାଲ୍‌ ଗେମ୍‌ ପରେ ସ୍କୋର୍‌ ଥିଲା କାରୁଆନାଙ୍କ ସପକ୍ଷରେ ୯-୩। ଏଭଳି ସ୍ଥିତିରେ ପ୍ରଜ୍ଞାନନ୍ଦାଙ୍କ ପାଇଁ ଟାଇଟଲ୍‌ ଜିତିବା କଷ୍ଟକର ଲାଗୁଥିଲା ।କିନ୍ତୁ ହାର ମାନିନଥିଲେ ପ୍ରଜ୍ଞାନନ୍ଦା । ରାପିଡ୍‌ର ଦୁଇଟି ଯାକ ଗେମ୍‌ ଜିତି ମ୍ୟାଚ୍‌ର ମୋଡ଼ ବଦଳାଇଦେଲେ । ଏହା ସହ ସ୍କୋର୍‌ ୧୧-୯ରେ ପହଞ୍ଚିଗଲା । ଏହାପରେ ବ୍ଲିଟ୍ଜ୍‌ରେ କାରୁଆନା ଦମଦାର ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ଗେମ୍‌ ଜିତିଥିଲେ । ପ୍ରଥମ ବ୍ଲିଟ୍ଜ୍‌ ଗେମ୍‌ ଡ୍ର ରହିଥିବାରୁ ସ୍କୋର୍‌ ପୁଣି ୧୨-୧୨ ହୋଇଥିଲା । ହେଲେ ପରବର୍ତ୍ତୀ ଗେମ୍‌ରେ ପ୍ରଜ୍ଞାନନ୍ଦା ବିଜୟୀ ହୋଇ ଆଉଥରେ ଆଗୁଆ ହୋଇଥିଲେ । ଶେଷ ଗେମ୍‌ରେ ଟାଇଟଲ୍‌ ଜିତିବା ପାଇଁ ପ୍ରଜ୍ଞାନନ୍ଦାଙ୍କୁ କେବଳ ଡ୍ର ଆବଶ୍ୟକ ଥିଲା । ଶେଷରେ ଥ୍ରିଫୋଲ୍ଡ ରିପିଟିସନ୍‌ ମାଧ୍ୟମରେ ଗେମ୍‌ ଡ୍ର କରି ଗ୍ରାଣ୍ଡ ଚେସ୍‌ ଟୁର୍‌ ଟାଇଟଲ୍‌ ନିଜ ନାମରେ କରିନେଲେ ।ଏହି ବିଜୟ ପ୍ରଜ୍ଞାନନ୍ଦାଙ୍କ ଚମତ୍କାର ୨୦୨୬ ଅଭିଯାନର ଆଉ ଏକ ବଡ଼ ଅଧ୍ୟାୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking