ଭୁବନେଶ୍ୱର: ଘିଅ ଏକ ଶକ୍ତି ଭରପୁର ପଦାର୍ଥ । ଘିଅ ଲଗାଇବା ଦ୍ୱାରା ରୋଟିର କ୍ୟାଲୋରୀ ପରିମାଣ ବୃଦ୍ଧି ପାଏ । ଘିଅ ବିନା ଏକ ସରଳ ରୋଟିରେ ପ୍ରାୟ ୭୦- ୧୦୦ କ୍ୟାଲୋରୀ ଥାଏ । ଗୋଟିଏ ଚାମଚ ଦେଶୀ ଘିଅରେ ପ୍ରାୟ ୪୫ କ୍ୟାଲୋରୀ ଥାଏ । ଯଦି ଆପଣ ରୋଟିରେ ଗୋଟିଏ ଚାମଚ ଘିଅ ଲଗାନ୍ତି, ତେବେ ଏହାର ମୋଟ କ୍ୟାଲୋରୀ ପ୍ରାୟ ୧୧୫-୧୪୧ ହୋଇଯିବ । ଦେଶୀ ଘିଅ ଶରୀର ପାଇଁ ଶକ୍ତିର ଉତ୍ସ, ଓଜନ ବୃଦ୍ଧି କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଘିଅ ଲାଭଦାୟକ ହୋଇପାରେ । ଯଦି କେହି ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ସେ ଅଳ୍ପ ପରିମାଣରେ ଘିଅ ଖାଇବା ଉଚ୍ତ । ଅତ୍ୟଧିକ ଘିଅ ଲଗାଇଖାଇବା ଦ୍ୱାରା କ୍ୟାଲୋରୀ ଦ୍ରୁତ ଗତିରେ ବୃଦ୍ଧି ପାଏ ଏବଂ ସ୍ଥୁଳକାୟ ହେବାର ଆଶଙ୍କା ଥାଏ । ଯଦି ଗୋଟିଏ ଛୋଟିଆ ରୋଟିରେ ଅଧ ଚାମଚ ଘିଅ ଲଗାଇ ଖାଆନ୍ତି, ତେବେ ମଧ୍ୟ ୨୦-୨୫ କ୍ୟାଲୋରୀ ବୃଦ୍ଧି ପାଏ । ଯଦି ଆପଣ ପ୍ରତିଦିନ ୩ରୁ ୪ଟି ରୋଟିରେ ଘିଅ ଲଗାନ୍ତି, ତେବେ ଆପଣଙ୍କ ଖାଦ୍ୟରେ ୧୫୦-୨୦୦ କ୍ୟାଲୋରୀ ଯୋଡା ଯାଇପାରିବ ।









