19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଦିଲ୍ଲୀର ଫରିଦାବାଦରେ ଭୂମିକମ୍ପ ଅନୁଭୂତ

ଦିଲ୍ଲୀର ଫରିଦାବାଦରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ମଙ୍ଗଳବାର (୨୨ ଜୁଲାଇ) ସକାଳେ ଦିଲ୍ଲୀ ସଂଲଗ୍ନ ଫରିଦାବାଦରେ ଭୂମିକମ୍ପ ଅନୁଭୂତ ହୋଇଥିଲାସେତେବେଳେ ଲୋକ ନିଜ ଘରେ ଶୋଇଥିଲେ, ହଠାତ୍ ଭୂମିକମ୍ପ ହୋଇ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ସକାଳ ପ୍ରାୟ ୬.୦୦ ଟାରେ ୩.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯାହା ଫଳରେ ଲୋକମାନେ କମ୍ପନ ଅନୁଭବ କରିଥିଲେ। ଏହି ଭୂମିକମ୍ପ ଯୋଗୁଁ ଅଧିକାଂଶ ଲୋକ ନିଦରୁ ଉଠି ପଡ଼ିଥିଲେ। ଏହା ପରେ, ସମସ୍ତେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ସୌଭାଗ୍ୟବଶତଃ, ଭୂମିକମ୍ପ ଏତେ ଶକ୍ତିଶାଳୀ ନଥିଲା ତେଣୁ କ୍ଷୟକ୍ଷତି ରିପୋର୍ଟ ମିଳିପାରି ନାହିଁ ।ଏହା ଉଲ୍ଲେଖନୀୟ ଯେ ଗତ ଗୋଟିଏ ସପ୍ତାହ ମଧ୍ୟରେ ହରିୟାଣାରୁ ଅନେକ ଭୂମିକମ୍ପର ରିପୋର୍ଟ ଆସିଛି। ତୃତୀୟ ଭୂମିକମ୍ପ ୧୬ ଜୁଲାଇରେ ହୋଇଥିଲା ଏବଂ ଆଜି ଚତୁର୍ଥ ଥର ପାଇଁ ପୃଥିବୀ ଥରି ଉଠିଛି। ବୁଧବାର (୧୬ ଜୁଲାଇ) ରାତିରେ ହରିୟାଣାର ରୋହତକ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking