ଜଗତସିଂହପୁର : ଫଳ ଦୋକାନ ଉପରକୁ ମାଡିଗଲା ବସ୍ । ଜଗତସିଂହପୁର ଜିଲ୍ଲା ତାରପୁର ବାଇପାସ୍ ନିକଟରେ ଘଟିଛି ଏହି ଦୁର୍ଘଟଣା । ବିପରୀତ ଦିଗରୁ ଆସୁଥିବା ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଫଳ ଦୋକାନ ଉପରକୁ ମାଡି ଆସିଲା । ତିର୍ତ୍ତୋଲ କନିମୁଳରୁ କଟକ ଅଭିମୁଖେ ଯାଉଥିବା ବସ ତାରାପୁର ବାଇପାସ ନିକଟରେ ଦୁର୍ଘଟଣା ଘଟାଇଥିଲା । ପାଖରେ ଥିବା ଫଳ ଦୋକାନ ଉପରକୁ ମାଡ଼ି ଯାଇଥିବା ବେଳେ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ କାହାର କିଛି କ୍ଷତି ହୋଇ ନଥିବା ଜଣାପଡିଛି ।










