28.1 C
Bhubaneswar
Sunday, March 29, 2026
Homeଓଡିଶାପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସରକାରୀ ବାସଭବନ ଘେରାଉ

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସରକାରୀ ବାସଭବନ ଘେରାଉ

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ନେତୃବର୍ଗ ଆଜି ନିମାପଡା ପୀଡ଼ିତାର ପରିବାରଙ୍କୁ ଏମ୍‌ସ୍ ଡାକ୍ତରଖାନାରେ ସାକ୍ଷାତ କରିଥିଲେ। ନିମାପଡା ନାବାଳିକାକୁ ଦୁର୍ବୃତ୍ତମାନେ ଜିଅନ୍ତା ପୋଡିବା ପ୍ରସଙ୍ଗରେ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସରକାରୀ ବାସଭବନ ଘେରଉ କରିଥିଲା। ‘ମହିଳାଙ୍କୁ ନ୍ୟାୟ ଦିଅ’, ‘ମହିଳା ଅତ୍ୟାଚର ବନ୍ଦ କର’ ଓ ‘ପ୍ରଭାତୀ ପରିଡ଼ା ଇସ୍ତଫା ଦିଅ’ ସ୍ଲୋଗାନ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ପ୍ରଭାତି ପରିଡାଙ୍କ ଫାଟକ ପାଖରେ ବସି ଦେଇଥିଲେ। ପୁଲିସ ସମସ୍ତ ଯୁବ କଂଗ୍ରେସ କର୍ମୀଙ୍କୁ ଘଟଣାସ୍ଥଳରେ ଗିରଫ କରିଥିଲା। ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି ଯେ, ନାରୀ ସୁରକ୍ଷାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଫମ୍ପା ଭାଷଣ ମାରୁଛନ୍ତି। କାରଣ ତାଙ୍କ ନିର୍ବାଚନ ମଣ୍ଡଳୀରେ ମହିଳା ଅସୁରକ୍ଷିତ। ନିମାପଡା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବଳଙ୍ଗା ଥାନା ଅଧିନରେ କିଛି ଦୁବୃତ୍ତ ଜଣେ ନାବାଳିକାକୁ ପେଟ୍ରୋଲ ଢ଼ାଳି ପୋଡ଼ି ଦେଇଛନ୍ତି। ନାବାଳିକା ଏମ୍‌ସ୍‌ରେ ଭର୍ତ୍ତି ହୋଇଛି। ସରକାର ନାବାଳିକାର ପରିବାରକୁ ଦୁଇ କୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଦାବି କରିବା ସହ ଅପରାଧିଙ୍କୁ ତୁରନ୍ତ ଗିରଫ କରି ଦୁଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରିଛି।

ଭୁବନେଶ୍ୱର କଂଗ୍ରେସ ଲୋକସଭା ପାର୍ଥୀ ସୟଦ ୟାସିର ନୱାଜ କହିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳାଙ୍କ ପ୍ରସଙ୍ଗରେ କେବଳ ଗଣମାଧ୍ୟମରେ ଭାଷଣବାଜି କରିଥାନ୍ତି। ନିଜ ନିର୍ବାଚନ ମଣ୍ଡଳିରେ ନାବାଳିକାକୁ ଦୁବୃତ୍ତମାନେ ଜିଅନ୍ତା ପୋଡି ଦେଉଛନ୍ତି। ପୀଡିତାକୁ ତତ୍‌କ୍ଷଣାତ ଦେଖିବା ପାଇଁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଏମ୍‌ସ୍ ଆସିବାର ସତ୍‌ସାହାସ ରଖିଲେ ନାହିଁ। ବିଜେପି ସରକାର ମହିଳାଙ୍କ ପ୍ରତି ବିଶ୍ୱାସଘାତକତା କରିଛି। ସୁରକ୍ଷାର ପ୍ରତିଶ୍ରୁତି ଦେଇ ଭୋଟ ନେଇଯିବା ପରେ ଏବେ ମହିଳାଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ସକ୍ଷମ ହେଉନାହିଁ। ଓଡ଼ିଶାର ବିଭିନ୍ନ ମହିଳା ସଂଗଠନ ଏବଂ ଘରେ ଘରେ ମହିଳାମାନଙ୍କର ବିଜେପି ସରକାର ବିରୁଦ୍ଧରେ ସ୍ୱର ତିର୍ଯ୍ୟକ ହେବାକୁ ସୟାଦ ୟାସିର ନୱାଜ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମହମ୍ମଦ ଇମ୍‌ଦାଦ, ମନୋଜ ବିଶ୍ୱାଳ, ନିହାର ବେହେରା, ମହମ୍ମଦ ଗୁଲଫାମ୍‌, ସୁଦିପ ସାମଲ, ରଣଜିତ ସେନାପତି, ସୁରଜ ରାଉତ, ବୁବୁ ଜେନା, ନିଆଜୁଲ୍ ଇସ୍‌ଲାମ୍‌, ଆର୍ଯ୍ୟାନ୍ ସାସମଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking