26.1 C
Bhubaneswar
Sunday, December 7, 2025
Homeଓଡିଶାନିର୍ଯ୍ୟାତିତ ମହିଳାଙ୍କ ଲାଗି ସ୍ବତନ୍ତ୍ର ସେଲ ଖୋଲିବ ପିସିସି

ନିର୍ଯ୍ୟାତିତ ମହିଳାଙ୍କ ଲାଗି ସ୍ବତନ୍ତ୍ର ସେଲ ଖୋଲିବ ପିସିସି

ଭୁବନେଶ୍ୱର: ୧୭ ଜୁଲାଇରେ ଓଡ଼ିଶା ବନ୍ଦର ସଫଳତା ପାଇଁ ସମସ୍ତ ଓଡ଼ିଶାବାସୀଙ୍କୁ ମିଳିତ ବିରୋଧୀ ଦଳ ପକ୍ଷରୁ ଧନ୍ୟବାଦ ଅର୍ପଣ କରଯାଇଛି। ବାଲେଶ୍ୱର ର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ୨୦ ବର୍ଷୀୟା ଛାତ୍ରୀଙ୍କ ବ୍ୟବସ୍ଥାକୃତା ହତ୍ୟା ଘଟଣାକୁ ନେଇ ନ୍ୟାୟ ଦାବିରେ ଆଠଟି ବିରୋଧୀ ରାଜନୈତିକ ଦଳ କଂଗ୍ରେସ, ସି.ପି.ଆଇ,ସିପିଆଇ(ଏମ), ସିପିଆଇ(ଏମଏଲ)- ଲିବେରେସନ୍,ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ,ଆରଜେଡି,ଏସପି,ଏନସିପି ଏବଂ ଆର୍ ଜେ ଡି ଆରଜେଡି, ଏସପି ସମେତ ଇଣ୍ଡିଆ ମେଣ୍ଟର ଆଠ ଦଳ ଦ୍ୱାରା ଆହ୍ୱାନ କରାଯାଇଥିବା ଓଡ଼ିଶା ବନ୍ଦ ଅଭୂତପୂର୍ବ ସଫଳତା ହାସଲ କରିଛି । ଏହି ବନ୍ଦକୁ ଓଡ଼ିଶାର ସମସ୍ତ ସମ୍ପ୍ରଦାୟ, ଛାତ୍ର, ଯୁବକ, ମହିଳା, ଶ୍ରମିକ, ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କ ଆନ୍ତରିକ ସମର୍ଥନ ଏବଂ ସହଯୋଗ ଯୋଗୁଁ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ରାଜ୍ୟର ଅନ୍ୟାନ୍ୟ ବାମପନ୍ଥୀ ଏବଂ ଗଣତାନ୍ତ୍ରିକ ଦଳମାନେ, ସାମ୍ୱାଦିକ ବନ୍ଧୁ ମାନେ, ଶ୍ରମିକ, କୃଷକ, ଯୁବ, ଛାତ୍ର, ମହିଳା ସଂଗଠନ ମାନେ ଏହାକୁ ସମର୍ଥନ କରିଥିଲେ। ଛାତ୍ରୀ ମୃତ୍ୟୁ ଏବଂ ମହିଳା ନିର‌୍ୟାତନା ବିରୋଧ ରେ ଗତକାଲି ର ବନ୍ଦ ଥିଲା ଅଭୂତପୁର୍ବ ଭାବେ ଶାନ୍ତିପୂର୍ଣ୍ଣ, ଆସାଧାରଣ ଏବଂ ଐତିହାସିକ।

ଆସନ୍ତା ଚବିଶ ତାରିଖ ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟରର ପୀଡ଼ିତା ସୌମ୍ୟାଶ୍ରୀଙ୍କ ଏକାଦଶାହ ଏହି ଦିନକୁ ଶ୍ରଦ୍ଧାଞ୍ଜଳି ଦିବସ ଭାେବ ପାଳନ କରିବ ଇଣ୍ଡିଆ ମେଣ୍ଟର କଂଗ୍ରେସ ସମେତ ୮ଟି ଦଳ । ସାରା ରାଜ୍ୟରେ ମହିଳା କଂଗ୍ରେସ ସହିତ ଆଠଟି ଦଳର ମହିଳା ସେଲ ଏହାକୁ ମଧ୍ୟ ପାଳନ କରିବେ। କେବଳ ବାଲେଶ୍ଵର ପୀଡ଼ିତା ନୁହନ୍ତି ବାକି ଯେଉଁ ମହିଳା ଓ ଝିଅଙ୍କ ପ୍ରତି ଅଘଟଣ ହୋଇଛି ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯିବ। ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଗୁଡିକରେ ୨ ମିନିଟ ନୀରବ ପ୍ରାର୍ଥନା ପାଇଁ ନିବେଦନ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ।
କେଂଗ୍ରସ ସ େମତ ଆଠଟି ଦଳ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଥିଲେ, ସରକାରୀ ସମେତ ସବୁ ବେସରକାରୀ ଅନୁଷ୍ଠାନ ମଧ୍ୟ ୧ ମିନିଟ ନୀରବ ପ୍ରାର୍ଥନା ଲାଗି ଅନୁରୋଧ କରିଛନ୍ତି। ରାଜ୍ୟରେ ନିର‌୍ୟାତିତ ମହିଳାଙ୍କ ଲାଗି ମହିଳା ସେଲ ଖୋଲିବ ପିସିସି । ସେମାନେ ଆପ ମାଧ୍ୟମରେ ଅଭିଯୋଗ କରିବା ପରେ ପିସିସି ଅନୁଧ୍ୟାନ କରି ତଦନ୍ତରେ ସହଯୋଗ କରିବ। ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ବଡ ନିଷ୍ପତି ହୋଇଥିବା ଭକ୍ତ କହିଛନ୍ତି।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ କହିଲେ, ସୌମ୍ୟଶ୍ରୀଙ୍କ ପ୍ରସଙ୍ଗ ଆଗାମୀ ଦିନରେ ବିଧାନସଭାରେ ଉଠିବ। ଆଗରୁ ନାରୀ ସୁରକ୍ଷା ପ୍ରସଙ୍ଗ କଂଗ୍ରେସ ଗୃହରେ ଉଠାଇଥିଲା। ହେଲେ ରାଜ୍ୟ ସରକାର ଶୁଣିନଥିଲେ।ଯେ ପର‌୍ୟ୍ୟନ୍ତ ଝିଅ ନ୍ୟାୟ ନ ପାଇଛି, ଆନ୍ଦୋଳନ ଜାରି ରହିବ ବୋଲି କଡ଼ାମ କହିଛନ୍ତି। ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, ଆସନ୍ତାକାଲି ଦିଲ୍ଲୀରେ ବସିବ ଇଣ୍ଡିଆ ବ୍ଲକ ବୈଠକ। ଏହି ବୈଠକରେ ଉଠିବ ବାଲେଶ୍ଵର ପୀଡ଼ିତା ପ୍ରସଙ୍ଗ। ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗ ସଂସଦରେ ଉଠାଇବେ। କଂଗ୍ରେସ ଦାବି କରୁଛି, ଏହି ଘଟଣାରେ ନ୍ୟାୟିକ ତଦନ୍ତ ହେଉ। ଉଚ୍ଚ ନ୍ୟାୟାଳୟର ଜଣେ କାର‌୍ୟ୍ୟକାରୀ ବିଚାରପତିଙ୍କ ଦ୍ବାରା ଏବଂ ଏହାକୁ ଉଚ୍ଚତମ ନ୍ୟାୟାଳୟ ଘଟଣାର ତଦାରଖ କରନ୍ତୁ। ତୁରନ୍ତ ରାଜ୍ୟ ସରକାର ମହିଳା କମିଶନ ନିଯୁକ୍ତି କରନ୍ତୁ ବୋଲି କଂଗ୍ରେସ ପ୍ରଭାରୀ ଶ୍ରୀ ଲଲ୍ଲୁ କହିଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଲେ, ଭାରତ ଇତିହାସରେ ଏଭଳି ଶାନ୍ତିପୂର୍ଣ ବନ୍ଦ ପ୍ରଥମ। ଆଗାମୀ ଦିନରେ ସମସ୍ତେ ମହିଳା ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରଖିବେ। ସିପିଆଇଏମ ନେତା ସୁରେଶ ପାଣିଗ୍ରାହୀ କହିଲେ, ଏଭଳି ବନ୍ଦ ପରେ ରାଜ୍ୟ ସରକାରଙ୍କ ନିଜ ପଦରେ ନରହି ତୁରନ୍ତ ଇସ୍ତଫା ଦେବା ଉଚିତ। କ୍ରାଇମ ବ୍ରାଞ୍ଚ ତଦନ୍ତ ନକରି, ନ୍ୟାୟିକ ତଦନ୍ତ ହେଉ। ଫରୱାର୍ଡ ବ୍ଲକର ଜ୍ୟୋତି ରଞ୍ଜନ ମହାପାତ୍ର କହିଥିଲେ, ବିକେପି କର୍ମୀ ମଧ୍ୟ ରାସ୍ତାକୁ ଆସିନଥିଲେ। ସେମାନେ ମଧ୍ୟ ନିଜ ସରକାରକୁ ନୀରବ ଭାବେ ବିରୋଧ କରିଛନ୍ତି।ସମାଜବାଦୀ ପାର୍ଟିର ପ୍ରତାପ ବାରିକ, ବିକ୍ରମ ସ୍ୱାଇଁ ପ୍ରମୁଖ ଦଳ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ଥିବା ବେଳେ ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ,ସି ପି ଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସି ପି ଆଇ (ଏମ୍ ଏଲ)- ଲିବେରେସନ୍ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଏବଂ ଆର୍ ଜେ ଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର ପ୍ରମୁଖ ସମେତ ଦୁଷ୍ମନ୍ତ କୁମାର ଦାଶ, ଡ଼ଃ ପ୍ରଶାନ୍ତ ମିଶ୍ର, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଏନ ନାରାୟଣ ରେଡ୍ଡୀ,ଶିଶିର ହୁଇ, ଜୟନ୍ତ ଦାସ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଏହି ସାମ୍ୱାଦିକ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking