26.1 C
Bhubaneswar
Thursday, March 26, 2026
Homeଓଡିଶାବିଜେଡ଼ିର ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ବିଜେପି ସରକାରର ନିର୍ମମ ଆକ୍ରମଣକୁ ସି.ପି.ଆଇ.(ଏମ୍‌)ର ଦୃଢ଼ ନିନ୍ଦା

ବିଜେଡ଼ିର ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ବିଜେପି ସରକାରର ନିର୍ମମ ଆକ୍ରମଣକୁ ସି.ପି.ଆଇ.(ଏମ୍‌)ର ଦୃଢ଼ ନିନ୍ଦା

ଭୁବନେଶ୍ୱର : ବାଲେଶ୍ୱରସ୍ଥ ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କର ବ୍ୟବସ୍ଥିତ ହତ୍ୟାକାଣ୍ଡର ପ୍ରତିବାଦ କରି ବିଜେଡ଼ି ଦଳ ପକ୍ଷରୁ ରାଜ୍ୟ ଲୋକସେବା ଭବନକୁ ଘେରାଉ କରିବାକୁ ଆସିଥିବା ବିଜେଡ଼ି ନେତୃବୃନ୍ଦ ଓ କର୍ମୀଙ୍କ ଉପରେ ଡ଼ବଲ ଇଞ୍ଜିନ୍ ବିଜେପି ସରକାର ଯେଭଳି ପୋଲିସ୍ ଦ୍ୱାରା ନିର୍ମମ ଆକ୍ରମଣ କଲେ ତାହା ଗଣତାନ୍ତ୍ରିକ ସଭ୍ୟ ସମାଜରେ ଘଟେନାହିଁ । ଲୁହବୁହା ବାଷ୍ପ ପ୍ରୟୋଗ, ପାଣି ଓ ରବର ବୁଲେଟ୍ ମାଡ଼ କରି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ଜନଗଣଙ୍କର ସ୍ୱରକୁ ବନ୍ଦ କରି ଦେବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ ଚଳାଇଛନ୍ତି । ଫାଶିବାଦୀ କାଇଦାରେ ଜନଗଣଙ୍କର ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି । ଏହା ଆମ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି । ପୋଲିସ୍‌ର ଆକ୍ରମଣ ଫଳରେ ବିଜେଡ଼ି ନେତୃତ୍ୱଙ୍କ ସହ ଶହଶହ କର୍ମୀ ଆହତ ହୋଇଛନ୍ତି । ଆମେ ସି.ପି.ଆଇ.(ଏମ୍‌) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହାର ଦୃଢ଼ ନିନ୍ଦା କରିବା ସହ ସୌମ୍ୟାଶ୍ରୀ ବିଶିର ମୃତ୍ୟୁ ପାଇଁ ରାଜ୍ୟ ସରକାର ତୁରନ୍ତ ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ, କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କାରଣରୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ୱରର ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ଇସ୍ତଫା, କଲେଜ ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ, ଜିଲ୍ଲା ଓ ପୋଲିସ୍ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking