ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଥି ସହିତ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୋଲିସ । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସନ୍ଧ୍ୟା ୫ଟା ୧୦ରୁ ୫ଟା ୫୦ ମିନିଟ ଭିତରେ ଏୟାରପୋର୍ଟରୁ ଜୟଦେବ ବିହାର ଦେଇ ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜରୁ କସ୍ମ ପୋଲିସ ଛକ , ଏମ୍ସ ଅଣ୍ଡର ପାସ ରାସ୍ତା ବନ୍ଦ ରହିବ । ଏୟାରପୋର୍ଟ ଛକ କ୍ୟାପିଟାଲ ହସ୍ପିଟାଲ , ଏଜି ଛକ , ରାଜଭବନ ଛକ, ପାୱାର ହାଉସ ଛକ ଦେଇ ବନ୍ଦ ରହିବ ଗାଡି ମୋଟର ଚଳାଚଳ । ସେହିପରି ୧୨୦ ବାଟାଲିୟନ ଛକ , ଶାସ୍ତ୍ରୀ ନଗର , ବେହେରା ସାହି , ଜୟଦେବ ବିହାର ଛକରୁ ବାମ ମୋଡ ଦେଇ ୧୬ ନଂ ଜାତୀୟ ରାଜପଥ ଦେଇ ଏମ୍ସ ଅଭିମୁଖେ ଦେଇ ଯିବେ ରାଷ୍ଟ୍ରପତି । ସନ୍ଧ୍ୟା ସାଢେ ୬ଟାରୁ ୬ଟା ୫ ମିନିଟ ଭିତରେ ଏମ୍ସ ରୁ ରାଜଭବନ ରାସ୍ତା ବନ୍ଦ ରଖାଯିବ । ଏସବୁ ରାସ୍ତା ଦେଇ ଯାତ୍ରା କରିପାରିବେ ନାହିଁ କିମ୍ବା ଗଳି ରାସ୍ତା ଦେଇ ଯାଇପାରିବେ ନାହିଁ । ଆଜିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ଏମ୍ସର ୫ମ ସମାବର୍ତ୍ତନ ଉତ୍ସବ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ । ମହାମହିମଙ୍କ ଗସ୍ତକୁ ନେଇ ଟ୍ବିନ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିସନରେଟ ପୁଲିସ୍ ।









