15.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶସମୁଦ୍ର ପହଁରି ଆସିଲେ ୩୩ ଖରାଇ ଓଟ

ସମୁଦ୍ର ପହଁରି ଆସିଲେ ୩୩ ଖରାଇ ଓଟ

କଚ୍ଛ: ଗୁଜୁରାଟରେ ପ୍ରବଳ ବର୍ଷା ପରେ, କଚ୍ଛ ଅଞ୍ଚଳରୁ ଏକ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପ୍ରାୟ ୩୩ଟି ଖରାଇ (ବିରଳ ପ୍ରଜାତି) ଓଟଙ୍କ ଏକ ଦଳ କଚ୍ଛର ଦୀନଦୟାଲ ବନ୍ଦରରୁ ଦ୍ୱାରକାର ଭାଡିନାର ବନ୍ଦର ନିକଟବର୍ତ୍ତୀ ସମୁଦ୍ରରେ ପହଁରି ପହଁରି ଚାଲିଆସିଥିବା ଜଣାପଡ଼ିଛି । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଲୋକଙ୍କ ମଧ୍ୟରେ କୌତୁହଳ ଏବଂ ଆଗ୍ରହ ସୃଷ୍ଟି କରିଛି । ଏହା ଉଲ୍ଲେଖନୀୟ ଯେ ଖରାଇ ଓଟ ହେଉଛି ଏସିଆର ଏକମାତ୍ର ପ୍ରଜାତିର ଓଟ ଯେଉଁମାନେ କି ଗଭୀର ଜଳରାଶିରେ ମଧ୍ୟ ପହଁରିପାରିବାର ସାମର୍ଥ୍ୟ ରଖୁଛନ୍ତି । ରିପୋର୍ଟ ଅନୁସାରେ ବେଶ୍ କିଛି ଦିନ ଧରି ଗୁଜରାଟରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁ ସାଧାରଣ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡିଛି । ଏହି କାରଣରୁ ହୁଏତ ଏହି ଓଟଗୁଡ଼ିକ ହୁଏତ ସମୁଦ୍ର ପାଖକୁ ଚାଲିଆସିଥିଲେ ଏବଂ ପହଁରି ପହଁରି ଭାଡିନାର (ପ୍ରାୟ ୯୮କିମି ଦୂର) ବନ୍ଦର ପର୍ଯ୍ୟନ୍ତ ଚାଲିଆସିଥିବା ଅନୁମାନ କରାଯାଉଛି ।

ଜାମନଗର ଜିଲ୍ଲାର ଖମ୍ବାଲିଆ ତାଲୁକାର ସିଙ୍ଗାଚ ଗ୍ରାମବାସୀ (ଯେଉଁମାନେ ମୁଖ୍ୟତଃ ଏହି ପ୍ରଜାତିର ଓଟ ପାଳିଥାନ୍ତି) ସେମାନେ ହୁଏତ କଚ୍ଛର କାଣ୍ଡଲା ଉପକୂଳ ନିକଟରେ ଗଛଲତା ଚରାଇବାକୁ ଏହି ପାଳିତ ଖରାଇ ଓଟ ପଲକୁ ଆଣିଥାଇପାରନ୍ତି । ପରେ ବର୍ଷା ଯୋଗୁ ଏହି ଓଟଗୁଡ଼ିକ ପଥହୀନ ହୋଇ ହୁଏତ ସମୁଦ୍ର ପର୍ଯ୍ୟନ୍ତ ଚାଲିଆସିଥିବେ । ତେବେ ସ୍ଥାନୀୟ ଭାଡିନାର ପୋଲିସ ଏକ ଉଦ୍ଧାର କାର୍ଯ୍ୟ କରି ସମସ୍ତ ଓଟକୁ ସୁରକ୍ଷିତ ଭାବରେ ବାହାର କରି ଆଣିଥିଲା । ଓଟଗୁଡ଼ିକୁ ସେମାନଙ୍କର ପ୍ରକୃତ ମାଲିକଙ୍କ ନିକଟକୁ ଫେରାଇବା ପାଇଁ ଏବେ ପ୍ରୟାସ ଜାରି ରହିଛି । ପ୍ରକାଶ, ଏହି ପ୍ରଜାତିର ଓଟଗୁଡ଼ିକ କଚ୍ଛ ଉପସାଗର ଏବଂ ଖମ୍ବାଟ ଉପସାଗରରେ ବଢ଼େ ଏବଂ ଏହାର ଜନସଂଖ୍ୟା ଭାଚୌ ତାଲୁକାର ଚିରାଇଠାରୁ ଆରମ୍ଭ କରି କଚ୍ଛର ଭୋଣ୍ଡ, ଜାଙ୍ଗି, ଅମ୍ବାଲିଆରା ଏବଂ ସୁରଜବାରି ଭଳି ଅଞ୍ଚଳ ପର୍ଯ୍ୟନ୍ତ ଦେଖାଯାଇଥାଆନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking