ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ସମାବେଶରେ ରାହୁଲ ଗାନ୍ଧି । ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲଙ୍କ ସହ ମଲ୍ଲିକାର୍ଜୁନ ଖଡଗେ, କେ.ସି ବେଣୁ ଗୋପାଳ ବି ସାମିଲ ଅଛନ୍ତି । ପିସିସି ସଭାପତିଙ୍କ ସମେତ ରାଜ୍ୟର ଅନେକ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲ ସାମିଲ ହୋଇ ସମ୍ବୋଧନ କରିଛନ୍ତି । ପ୍ରଥମେ କଂଗ୍ରେସ କର୍ମକର୍ତ୍ତାଙ୍କ ମୁଡ କିପରି ଅଛି ପ୍ରଶ୍ନ କଲେ ରାହୁଲ । କଂଗ୍ରେସ କର୍ମକର୍ତ୍ତାଙ୍କୁ ପ୍ରଶଂସା କଲେ ରାହୁଲ । ସରକାର ଗରିବଙ୍କୁ ଲୁଟୁଛନ୍ତି ସରକାର । ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି । ବିହାରରେ ନିର୍ୱାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି । ମହାରାଷ୍ଟ୍ରରେ ନୂଆ ୧ ଲକ୍ଷ ଭୋଟର କିପରି ଆସିଲେ । ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କର ଅଛି ଓ ରହିବ । ଏଠାରି ବିନା ପଚାରି ଆଦିବାସୀଙ୍କୁ ଜମିରୁ ହଟାଯାଉଛି । ପେସା ଆଇନ ଲାଗୁ ହୋଇନି, କିନ୍ତୁ ଆମେ ଏହା ଲାଗୁ କରିବୁ । ବିକାଶ ଓଡିଶାର ଜନତାଙ୍କ ପାଇଁ କରିବା ଉଚିତ । ଏଠାକାର ସରକାର ଜଙ୍ଗଲ, ଜମିରୁ ଆପଣଙ୍କୁ ହଟାଉଛି । ନିଯ୍ୟାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହୋଇ ରହିବ । କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୋଦି ଫସଲ ବୀମା ଯୋଜନା ଲାଗୁ କରିଥିଲେ । ଏଥିପାଇଁ ମୋଦି ଆପଣଙ୍କ ଠାରୁ ଟଙ୍କା ନେଲେ, କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି ।









