ଭୁବନେଶ୍ୱର: ରାଜ୍ୟରେ ପେଟ୍ରୋଲ ମହଜୁଦ ଅଛି, ଅଭାବ ସ୍ଥିତି ହେବ ନାହିଁ । ବୈଠକ ପରେ ପେଟ୍ରୋଲିୟମ ଡିଲର ସଂଘ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି । କହିଛନ୍ତି, ଦୁଇ ଦିନ ପାଇଁ ଆବଶ୍ୟକ ପରିମାଣରେ ତେଲ ମହଜୁଦ ଅଛି । ଭୟଭୀତ ହୁଅନ୍ତୁ ନାହିଁ । ତେଲ ଟ୍ୟାଙ୍କର ମୁଭମେଣ୍ଟ ଚାଲୁ ରହିଛି । କିଛି ସ୍ଥାନରେ ଗାଡିକୁ ଅଟକାଉଛନ୍ତି, ପୋଲିସ ସହାୟତାରେ ଅଣାଯାଉଛି । ସମସ୍ୟା ଦୂର ପାଇଁ ସରକାର ୧୨ ମାସିଆ କମିଟି କରନ୍ତୁ । ସମସ୍ୟା ଉପୁଜିଲେ କମିଟି ମନ୍ତ୍ରୀଙ୍କୁ ଅବଗତ କରିବ, ସମାଧାନ ହେବ ।









