ଭୁବନେଶ୍ୱର: ଆଜି ସୁଦ୍ଧା ଅଧିକ ତେଲ ନଆସିଲେ ସଂକଟ ଦେଖାଦେଇପାରେ । ପେଟ୍ରୋଲିୟମ ଡିଲର ସଂଘ ସମ୍ପାଦକ ସଞ୍ଜୟ ଲାଠ ପ୍ରତିକ୍ରିୟା ରଖିଛନ୍ତି , କହିଛନ୍ତି ଏବେକା ସ୍ଥିତିରେ ତେଲର ଅଭାବ ପରିଲକ୍ଷିତ ହୋଇନାହିଁ । ଆଜି ସୁଦ୍ଧା ତେଲ ନଆସିଲେ ସଂକଟ ଦେଖାଦେଇପାରେ । କାଲି ସନ୍ଧ୍ୟା ସୁଦ୍ଧା ପେଟ୍ରୋଲ ପମ୍ପଗୁଡିକରୁ ତେଲ କମିଯିବ । ତେଣୁ କାଲିଠୁ ରାଜ୍ୟରେ ତେଲ ସଂକଟ ଉପୁଜିପାରେ । ଆଜି ଡ୍ରାଇଭର ସଂଘର ଦାବି ପୂରଣ ହେବ ବୋଲି ଆଶା କରାଯାଉଛି ।










