ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବଢ଼ିବାରେ ଲାଗିଛି ଜଳସ୍ତର। ବାସ୍ତବରେ ହୀରାକୁଦକୁ ପାଣିର ପ୍ରବେଶ ଅଧିକ ଥିବାବେଳେ ନିଷ୍କାସନ କମ ରହିଛି । ତାଜା ସୂଚନା ଅନୁସାରେ ଜଳସ୍ତର ୬୦୯.୭୯ ଫୁଟ ଥିବାବେଳେ ଏହି ସମୟରେ ଜଳଭଣ୍ଡାରକୁ ୩ ଲକ୍ଷ ୪୨ ହଜାର ୪୫୩ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୩୫ ହଜାର ୬୪୯ କ୍ୟୁସେକ୍ ପାଣି ନିଷ୍କାସିତ ଜଳଭଣ୍ଡାରରୁ ୩୫ ହଜାର ୩୫୨ କ୍ୟୁସେକ୍ ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର, କେନାଲରେ ୩୨୨୩ କ୍ୟୁସେକ୍ ଏବଂ କଳକାରଖାନା ପାଇଁ ୨୩୪ କ୍ୟୁସେକ୍ ଛଡ଼ାଯାଉଛି।










