ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ଭମପତି ଶୁକ୍ରବାର ଦିଲ୍ଲୀ ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ରାଜ୍ୟପାଳ ଏବଂ ରାଷ୍ଟ୍ରପତି ରାଜ୍ୟର ବିକାଶ ଓ ଲୋକଙ୍କ କଲ୍ୟାଣ ସମେତ ଓଡ଼ିଶା ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ସେମାନେ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଭିନ୍ନ ବିଷୟ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ଡକ୍ଟର କାମ୍ଭମପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ଅଛନ୍ତି । ଗସ୍ତ ସମୟରେ ସେ ବରିଷ୍ଠ ବ୍ୟକ୍ତିମାନଙ୍କୁ ମଧ୍ୟ ଭେଟିଛନ୍ତି । ଗୁରୁବାର ରାଜ୍ୟପାଳ ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନଙ୍କୁ ଭେଟି ଓଡ଼ିଶାର ବିକାଶ, ଶାସନ ଏବଂ କଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।










