19.1 C
Bhubaneswar
Friday, February 6, 2026
Homeଓଡିଶାଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ତିନି ଦିନିଆ କର୍ମଶାଳା ଉଦଯାପିତ

ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ତିନି ଦିନିଆ କର୍ମଶାଳା ଉଦଯାପିତ

ଯାଜପୁର: ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳ ରେ ଥିବା ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ତିନି ଦିନିଆ ଆଦିବାସୀ ଖାଦ୍ୟ ପ୍ରସ୍ତୁତି କର୍ମଶାଳା ରବିବାର ଗୋବରଘାଟିରେ ସଫଳତାର ସହିତ ଉଦଯାପିତ ହୋଇଯାଛି । ଏହି ଅଭିନବ ପଦକ୍ଷେପରେ ତ୍ରିଜଙ୍ଗା ଆର୍ ଆଣ୍ଡ ଆର୍ କଲୋନୀ, ଗୋବରଘାଟି ଫେଜ-୨, ଜାମପସି, ନ୍ୟୁ ଚାମ୍ପାକୋଇଲା ସେଲଫ ରିହାବ କଲୋନୀ ଏବଂ ରାମଠେଙ୍ଗା ଗ୍ରାମର ୩୫ ଜଣ ଆଦିବାସୀ ପ୍ରତିଭା ଅଂଶଗ୍ରହଣ କରିଥିଲେ। ଆଦିବାସୀ ଖାଦ୍ୟ ପ୍ରସ୍ତୁତି ଜ୍ଞାନର ସଂରକ୍ଷଣ ଓ ପ୍ରଚାର ସହିତ ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସକୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା। ଏହି କର୍ମଶାଳା ଅଂଶଗ୍ରହଣକାରୀଙ୍କୁ ପାରମ୍ପରିକ ଆଦିବାସୀ ରୋଷେଇ କୌଶଳରେ ଦକ୍ଷତା ବୃଦ୍ଧି ପାଇଁ ପରିକଳ୍ପନା କରାଯାଇଥିଲା।

ପ୍ରଥମ ଦିନରେ ପାରମ୍ପରିକ ଏବଂ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଦଳ ଭିତ୍ତିକ ଆଲୋଚନା, ପ୍ରତେକ ଦଳ ପକ୍ଷରୁ ପ୍ରସ୍ତୁତି ଓ ଏକ ଡକ୍ୟୁମେଣ୍ଟାରୀ ମାଧ୍ୟମରେ ପୁରୁଣା ଜନଜାତିୟ ଖାଦ୍ୟ ପ୍ରଥାର ଐତିହ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲା।

କର୍ମଶାଳାର ଦ୍ୱିତୀୟ ଦିବସରେ ଖାଦ୍ୟ ସୁରକ୍ଷା ଏବଂ ସ୍ୱାସ୍ଥ୍ୟବିଜ୍ଞାନ ଉପରେ ଗୁରୁତ୍ୱ ଦିଅଯାଇଥିଲା। ସୁରକ୍ଷିତ ଭାବରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ଜ୍ଞାନ ପ୍ରଦାନ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ବ୍ୟବହାରିକ ଅଭ୍ୟାସ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତି ସମ୍ପର୍କରେ ନୂତନ ଜ୍ଞାନ ଆହରଣ କରିଥିଲେ।ତୃତୀୟ ଦିନ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ଉପରେ କେନ୍ଦ୍ରିତ ହୋଇଥିଲା। ମାଣ୍ଡିଆ (ରାଗି) ଜୁସ୍ ଏବଂ ନାନାଦି ଆଦିବାସୀ ହରବାଲ୍ ଚା ପ୍ରସ୍ତୁତି ଏହି ଦିନର ମୁଖ୍ୟ ଆକର୍ଷଣ ଥିଲା, ଯାହାକି ସେମାନଙ୍କର ଉଚ୍ଚ ପୁଷ୍ଟିଗୁଣ ଏବଂ ସ୍ୱାସ୍ଥ୍ୟ ଉପକାରିତା ପାଇଁ ପ୍ରସିଦ୍ଧ।

ଏହି କର୍ମଶାଳା ଟାଟା ଷ୍ଟିଲ ଫାଉଣ୍ଡେସନର ସାଂସ୍କୃତିକ ସଂରକ୍ଷଣ ଏବଂ ଜନସାଧାରଣଙ୍କ କଲ୍ୟାଣ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି। ଆଦିବାସୀ ଘରୋଇ ରୋଷଣାଙ୍କୁ ଉନ୍ନତ ଖାଦ୍ୟ ପ୍ରସ୍ତୁତ କୌଶଳ ଏବଂ ସୁସ୍ଥ ଖାଦ୍ୟ ପ୍ରଥା ବିଷୟରେ ଜ୍ଞାନ ପ୍ରଦାନ କରି, ଏହି ଅଭିନବ ପଦକ୍ଷେପ ସେମାନଙ୍କୁ ସଶକ୍ତ କରିଛି।ଏହି କର୍ମଶାଳା ମାଧ୍ୟମରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଆଦିବାସୀ ରୋଷେୟାଙ୍କୁ ଉନ୍ନତ ଖାଦ୍ୟ ପ୍ରସ୍ତୁତ କୌଶଳ ଓ ସ୍ୱାସ୍ଥ୍ୟକର ଅଭ୍ୟାସ ପ୍ରଥା ଶିଖାଇ ସେମାନଙ୍କ ସାଂସ୍କୃତିକ ପରମ୍ପରା ସଂରକ୍ଷଣ ଓ ସମାଜ କଲ୍ୟାଣ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking